STORYMIRROR

T.Durga Prasad Rao

Others

3  

T.Durga Prasad Rao

Others

ମାଆ ସାଥେ ଥିବି ନିରନ୍ତର

ମାଆ ସାଥେ ଥିବି ନିରନ୍ତର

1 min
533

ଲକ୍ଷେ ତାରା ଝଟକାଇ ଚଲାପଥ ଝଲସାଇ

ଆଲୋକ ପଥର କର ସାଥୀ

ନ ଝୁଣ୍ଟିବ କେବେ ଦିନେ ନିସଂଶୟ ହୋଇ ମନେ

ବଢ଼ାଇବ ନିର୍ଭୟେ ପାଦଟି।


ସହସ୍ର ପୁଷ୍ପରେ ଭରି ପାଦ ତଳ ପଥ ତାରି

ବିଞ୍ଚିଦିଅ ସ୍ୱର୍ଗୀୟ ମହକ

କୋମଳତା ଅନୁଭବ ଯଦି ପ୍ରଭୁ ଊଣା ହେବ

ରଖିବି ମୋ ହୃଦୟ ସ୍ତବକ।


ଜୀବନ ବନ୍ଧୁର ପଥେ ସଦା ଥିବି ତାହା ସାଥେ

ନିସଙ୍ଗତା ହାରିବ ତା ପାଶେ

ବନ୍ଧୁର ପଥର ଗର୍ତ୍ତ ଭରିବ ବେଶ୍ ତ୍ୱରିତ

ମୋ ଶରୀର ଅସ୍ଥି, ମେଦ, ମାଂସେ।


ତା ଭାଗର ଲହୁ ଲୁହ ଯତ୍କିଞ୍ଚିତ୍ ଶୋକ କୋହ

ମୋ ହୃଦରୁ ରକ୍ତ ହୋଇ ବୋହୁ

ଖୁସିର ପଲକ ଯେତେ ନ ବାଣ୍ଟିବି ଆନ ସାଥେ

ଏକା ମୋ ମାଆର ହୋଇ ରହୁ।


ମାଆ ସେ ମୋ ସ୍ନେହମୟୀ, ମମତା, କରୁଣାମୟୀ

ଅଯାଚିତ ପ୍ରେମର ସାଗର

ମୋ ଆୟୁଷ କର ଊଣା କରି ତା ଆୟୁ ଭରଣା

ମାଆ ସାଥେ ଥିବି ନିରନ୍ତର।


ଟି. ଦୁର୍ଗା ପ୍ରସାଦ ରାଓ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍