Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

T.Durga Prasad Rao

Others

2  

T.Durga Prasad Rao

Others

ବୃକ୍ଷ ରୋପି ହସାଇବା ରାଇଜ

ବୃକ୍ଷ ରୋପି ହସାଇବା ରାଇଜ

1 min
105


ଉତ୍ତପ୍ତ ଗଗନ

ଉତ୍ତପ୍ତ ଧରିତ୍ରୀ

ହାହାକାର କରେ ଜୀବ ସମାଜ l


ବିଷାକ୍ତ ଧୂଆଁରେ

ଭରିଛି ପୃଥିବୀ

ଦୂଷିତ ହୋଇଛି ପରିବେଶ ଆଜ l


ମଣିଷ ଖୋଳୁଛି

ନିଜର କବର

ନିଜ ହାତେ କାଟି ବୃକ୍ଷ ସମାଜ l


ମହା ମୁଢ଼ ସାଜି

ସ୍ୱାର୍ଥରେ ବୁଡ଼ିଛି

ଟାଣ ମୁହେଁ ତାର ନାହିଁଟି ଲାଜ l


ଅରଣ୍ୟ କାନନ

ଧ୍ୱଂସର ପଥରେ

ଲୋପ ପାଇଛନ୍ତି ଜଙ୍ଗଲ ଜୀବ l


ଅସନ୍ତୁଳନରେ

ପରିବେଶ ଆଜି

ଧ୍ୱଂସାଭୀମୁଖୀ ମୁଢ଼ ମାନବ l


ବୃକ୍ଷ ଊଣା ହେଲେ

କି କରି ଭରଣା

ହେବ ଅମ୍ଳଜାନ ବାୟୁରେ, ହେଜ l


ଓଜନ୍.ର ସ୍ତର

କମି କମି ଯିବ

ବଢ଼ିବ ଉତ୍ତାପ ସୁରୁଜ ତେଜ l


ବୃକ୍ଷର ଅଭାବେ

ଜଳାଭାବ ହେବ

ବରଷା ହାରିବ ତା ଓଜ ତେଜ l


ଦୁର୍ଭିକ୍ଷ, ମରୁଡ଼ି

ମାଡ଼ିବେ ଦର୍ପରେ

ଉଡ଼ାଇ ରାଇଜେ ବିଜୟ ଧ୍ୱଜ l


ବାୟୁ ବି ଦୁଷିତ

ଜଳ ବି ଦୁଷିତ

ଦୁଷିତ ହୋଇଛି ପ୍ରତ୍ୟେକ ଚିଜ l


କଳ୍ମଷେ ଭରିଛି

ମଣିଷର ଆତ୍ମା

ଭାବାନ୍ତରହୀନ କରେ ମଉଜ l


ବୃକ୍ଷରୋପଣେ

ଅସଂଖ୍ୟ ଯୋଜନା

ସରୁନାହିଁ ଜମା ତା ସଜବାଜ l


କାଗଜ କଲମେ

ଯୋଜନା ଲମ୍ବିଛି

ଅସହାୟେ ଶୁଖେ ଚାରା ଓ ବୀଜ l


ବୃକ୍ଷଟେ ବଞ୍ଚାଏ

ଅନେକ ଜୀବନ

କ୍ଷୁଦ୍ର ଦ୍ୱିଜ ଠାରୁ ବିଶାଳ ଗଜ l


ଶପଥ କରିବା

ଭଉଣୀ ଭାଇଏ

ବୃକ୍ଷ ରୋପି ହସାଇବା ରାଇଜ l



Rate this content
Log in