STORYMIRROR

T.Durga Prasad Rao

Inspirational

3  

T.Durga Prasad Rao

Inspirational

ଜୀବନର ଲକ୍ଷ୍ୟ

ଜୀବନର ଲକ୍ଷ୍ୟ

1 min
425


କର୍ମ ହିଁ ଜୀବନ, କର୍ମ ହିଁ ମହାନ

କର୍ମ ପଥେ ହୁଅ ବ୍ରତୀ

ସତ୍ୟ ପଥ ଧାର ସଳଖ ସୁନ୍ଦର

ନ ହେଉ ପଥ ବିଚ୍ୟୁତି


କ୍ଷଣିକ ଆଶାରେ ହୋଇ ପ୍ରଲୋଭିତ

ତେଜ ନାହିଁ ସ୍ୱ ସ୍ୱ ପଥ

ସଦା ଚାଲୁଥାଅ ସତ୍ୟର ପଥରେ

ଲକ୍ଷ୍ୟ ହେବ ସନ୍ନିକଟ


ହାରିବା ଜିତିବା କର୍ମର ଅଧୀନ

ଆଜି ଜିତା କାଲି ହାର

ଛୋଟ ଛୋଟ ହାର ଖୋଲିବ ଯେ ଦ୍ଵାର

ସଫଳତାର ଶିଖର


ଫଳ ପାଇଁ କେବେ ହୁଅନା ଚିନ୍ତିତ

କର୍ମ ଯେବେ ଥିବ ସାଥେ

ସତ୍ କର୍ମରେ ବୁଡ଼ି ଉଦ୍ୟମ ଅଜାଡ଼ି

ମାଡ଼ିଯାଅ ସତ୍ୟ ପଥେ


ଅଧା ରାସ୍ତା ଚାଲି ବିଫଳତା ଭୟେ

ପଛକୁ ଚାହିଁବ ଯଦି

ଅଟ୍ଟହାସ କରି ଅସତ୍ୟ ଘେରିବ

ନିଶ୍ଚେ ହେବ ଅଧୋଗତି


ବିବେକ, ହୃଦୟ ସତ୍ ପଥର ସାଥୀ

ନ ପଡ଼ ଇନ୍ଦ୍ରିୟ ଭ୍ରମେ

ସଫଳତା ତୁମ ପାଦ ଚୁମ୍ବୁଥିବ

ନିଷ୍ଠା ଭରି ଥିଲେ କର୍ମେ


ଅସତ୍ୟ ପଥରେ କୃତିତ୍ୱ ହାସଲ

ପାଗଳର ଉନ୍ମାଦନା

କ୍ଷଣିକ ସୁଖର ମାୟା ଜାଲେ ବାନ୍ଧେ

ହୁଏ ନାହିଁ କର୍ମେ ଗଣା


ସ୍ଥିର ଚିତ୍ତ ରହି ତୀର ବିଦ୍ଧ କର

ଜିଣିବ ଜୀବନ ଲକ୍ଷ୍ୟ

ଦିନେ ନା ଦିନେ ତ ବାଜିବ ସେ ତୀର

ପାଇଯିବ ଜୀବ ମୋକ୍ଷ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational