STORYMIRROR

Sujata Pati

Classics Inspirational

3  

Sujata Pati

Classics Inspirational

ଶକ୍ତି ସ୍ବରୂପା

ଶକ୍ତି ସ୍ବରୂପା

1 min
149

ସିଂହ ବାହିନୀ ମହିଷ ମର୍ଦ୍ଦିନୀ

  ତ୍ରୀଶୂଳ ଧାରିଣୀ ମାଆ

ଆଶ୍ବିନ୍ଯେ ଆସିଛୁ ଏ ଧରା ଧାମକୁ

  ଦେବାକୁ ଆଶୀଷ ମାଆ।


ଯୁଗେ ଯୁଗେ ଦୁଷ୍ଟ ଦମନ କରି

  ଜଗତ କୁ ରକ୍ଷାକରୁ

ସଂସାର ରେ ଯେବେ ପାପ ଭାର ବଢେ

   ଦୁଷ୍ଟ ଶକ୍ତି କୁ ନାଶ କରୁ।


ସାରା ବିଶ୍ବ ଆଜି ଆତଙ୍କିତ ମାଆ

  ଧ୍ବଂସ ମୁଖେ ଏ ଧରଣୀ

ଦୟା କ୍ଷମା ଶ୍ରଦ୍ଧା ବିଲୁପ୍ତ ହେଲାଣି

  ରକ୍ଷାକର ମା କାତ୍ଯାୟନୀ।


ତୋର ଆଗମନେ ଏ ଧରା ଆଜି

  ପୁଲକିତ ହୋଇଯାଏ

ଦୁଃଖହାରିଣୀ ତୁ କ୍ଷମା ଦାୟିନୀ ମା

  ନିର୍ଜିବ ବି ପ୍ରାଣ ପାଏ।


ଦେବତା ଙ୍କ ଦୁଃଖ ଦୂର କରିଥିଲୁ

  ଅଗ୍ନିରୁ ଜନ୍ମିଲୁ ତୁହି

ମହିଷାସୁରକୁ ବଧ କଲୁ ମାଆ

  ଦୁର୍ଗତି ନାଶିନୀ ହୋଇ।


ଶେଷରେ ତୋ ପାଶେ ଏତିକି ମିନତୀ

  ଆସିଛୁ ମା ଏ ଧରାକୁ

ରୋଗ ଶୋକ ଭୟ ଦୂର କରି ଦେ ମା

  ଖ୍ଯାତି ରହୁ କାଳ କାଳକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics