STORYMIRROR

Sujata Pati

Others

3  

Sujata Pati

Others

ନାଉରିଆ

ନାଉରିଆ

1 min
20

ନାଉରୀଆ ଭାଇ ମନେ ଆସିଗଲେ

 ଡଙ୍ଗାଟିଏ ଦିଶିଯାଏ

ପିନ୍ଧିଥାଏ ଧୋତି ମୁଣ୍ଡରେ ଗାମୁଛା

 କାତ ଟିଏ ହାତେ ଥାଏ।


ବାଆ ବତାସକୁ ଡ଼ର ନାହିଁ ତା'ର

 ନିର୍ଭୟରେ ଡଙ୍ଗା ନିଏ

ଆହୁଲା ମାରି ସେ ଗଭୀର ଜଳରେ

 ନଈ ପାର କରି ଦିଏ।


ଅଭାବୀ ସଂସାର ନାଉରୀ ଭାଇର

 ଡ଼ଙ୍ଗା କାତେ ତା' ବେଉସା

ଏହି ବେଉସାରେ ଚଳାଏ ସଂସାର

 ଜଗନ୍ନାଥ ତା' ଭରସା।


ପ୍ରଭୁଙ୍କୁ ସୁମରି ଡ଼ଙ୍ଗା ବାହିଥାଏ

 ଆନନ୍ଦରେ ଗାଇ ଗୀତ

ବତୀଘର ଦେଖି ବାହୁଥାଏ ଡ଼ଙ୍ଗା

  ଦେଖିଲାଗେ ଆଚମ୍ବିତ।


ନାଉରୀକୁ ଦେଖି ଅତୀତ ଆସଇ

 ଆସେ କାଳିଜାଇ ଗୀତ

ଗୋଦାବରୀଶଙ୍କ ଚମତ୍କାର ସୃଷ୍ଟି

 ମନ ହୋଇଯାଏ ପ୍ରୀତ।


ଜୀବନ ଡ଼ଙ୍ଗାରେ କାଳିଆ ନାଉରୀ

 ପାରି କରିଦେବୁ ମତେ

କୂଳେ ଲଗାଇବୁ ନିଶ୍ଚେ ତୁ କାଳିଆ

 ଭରସା କରିଛି ତତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍