Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sujata Pati

Children Stories Inspirational

4.5  

Sujata Pati

Children Stories Inspirational

ଶିଶୁ ରାଇଜ

ଶିଶୁ ରାଇଜ

1 min
303


ରାତ୍ରିର ବିଦାୟ ଉଷାର ପ୍ରବେଶ

  ଦିଅଇ ଶୁଭ ସୁଚନା

ଜୀବନ ର ଉଷା ଶିଶୁ ଟିଏ ପରା

  ମହକେ ଘର ଅଗଣା।


ଆଜିର ଶିଶୁ ଯେ କାଲିର ଭବିଷ୍ଯ

  ସଭିଙ୍କୁ ଏ କଥା ଜଣା

ଭଲଭାବେ ତାକୁ ସଂସ୍କାର ନ ଦେଲେ

  ହୋଇଯିବ ବାଟବଣା।


ମାଟିର ପିଣ୍ଡୁଳା ପରି ଶିଶୁ ମନ

  ଶ୍ରଦ୍ଧା ସ୍ନେହ ତାକୁ ଦେଇ

ଯେମିତି ଗଢିବା ସେମିତି ପାଇବା

  ଶୁଦ୍ଧ ପରିବେଶ ନେଇ।


ଫୁଲ ର କଢି ସେ କପଟ ଜାଣେନା

  ପାଳିବା ଦେଇ ଆଦର

ମାଆ ର ଭୂମିକା ମହତ୍ତ୍ବ ତା'ପାଇଁ

  ମା ଠାରୁ ଶିଖେ ସଂସ୍କାର।


ବାଲ୍ଯକାଳୁ ମାତା ପ୍ରଥମ ଗୁରୁଜୀ

  ଲାଳନ ପାଳନ କରେ

ଅବୁଝା ହେଲେ ବି ଭାଷା ଟି ତାହାର

  ମାଆ ସବୁ ବୁଝି ପାରେ।


ମାଆ ର ଆକଟ ଭବିଷ୍ଯତ ଗଢେ

  ଶିଶୁ ଟି ସଂସ୍କାରୀ ହୁଏ

ଆକଟ ନ କଲେ ପଥ ହୁଡିଯାଏ

  ଭବିଷ୍ଯ ଅନ୍ଧାର ହୁଏ।


  


Rate this content
Log in