STORYMIRROR

Sujata Pati

Others

4  

Sujata Pati

Others

ହେ ଶୀତ

ହେ ଶୀତ

1 min
381

ଶୀତ ଆସିଲାଣି ଧରାକୁ ଓହ୍ଲାଇ

  ହେମନ୍ତ ଯାଇଛି ଫେରି

ଥଣ୍ଡାର ପ୍ରକୋପ ଯାଇଅଛି ବଢି

  କୋହଲା ପବନ ଭାରି।


ନିର୍ମଳ ଆକାଶେ ତାରାପୁଞ୍ଜ ଦିଶେ

  ରାତିରେ ପଡେ ଶିଶିର

ଷୋରିଷ କ୍ଷେତରେ ହଳଦିଆ ଫୁଲ

  ଦିଶେ କେତେ ମନୋହର।


ଯେତେ ଖରା ହେଲେ ଦେହକୁ ଲାଗେନା

 ଶୀତ ପୋଷାକରେ ମନ

ଦିନ ହୁଏ ଛୋଟ ରାତି ହୁଏ ବଡ଼

  କ୍ଷେତରେ ପାଚଇ ଧାନ।  


ଏହି ଋତୁରେ ତ ମକର ସଂକ୍ରାନ୍ତି

  ସୂର୍ଯ୍ଯଙ୍କ ଉତ୍ତରାୟଣ

ଗୁଡି ଉଡା ପର୍ବ ଅନୁଷ୍ଠିତ ହୁଏ

  ମନାନ୍ତି ସଭିଏଁ ଜନ।


ମାତା ଲକ୍ଷ୍ମୀଙ୍କର ପୂଜା କରାଯାଏ

 ମାର୍ଗଶୀର ଗୁରୁବାରେ

ସରସ୍ବତୀ ପୂଜା ଶାମ୍ବ ଦଶମୀ

  ପ୍ରଥମାଷ୍ଟମୀ ବି ପଡେ।


ଶୀତ ଦିନରେ ତ ବଣଭୋଜି ଚାଲେ

  ସାଙ୍ଗସାଥୀଙ୍କ ମେଳରେ

ସେହି ଅନୁଭୂତି ସଂପୂର୍ଣ୍ଣ ନିଆରା

  ଭାବିଲେ ଖୁସି ଲାଗେରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍