STORYMIRROR

Sujata Pati

Romance Others

4  

Sujata Pati

Romance Others

ସପନର ଦୁନିଆ

ସପନର ଦୁନିଆ

1 min
333

ସପନ ନାୟିକା 

ପ୍ରୀତି ଶୃଙ୍ଗାରିଣୀ ସପନ ନାୟିକା 

  ଭାବି ନେଲି ପ୍ରିୟା ମୋର

ସପନେ ଆସୁଛ ମାନସୀ ସାଜୁଛ

  ବାସ୍ତବେ ହେଉଛ ଦୂର।


ଜୀବନ୍ତ ଲାଗେ ମୋ ପ୍ରତିଟି ସପନ

 ଯେବେ ତୁମେ ଆସ ସ୍ବପ୍ନରେ

କେତେ ମୁଁ ଖୋଜୁଛି ତୁମକୁ ଗୋ ପ୍ରିୟା

  ମଲ୍ ରାସ୍ତା ଆଉ ପାର୍କ ରେ...


ଦିବା ସ୍ବପ୍ନ ଏବେ ଦେଖିଲିଣି ମୁଁ ଯେ

  ତୁମ ରୂପ ଭାବି ଭାବି

ଗୀତ କବିତା ବି ଆରମ୍ଭ କଲିଣି

  ତୁମ ପାଇଁ ହେଲି କବି ।


ବିବାହ ପ୍ରସ୍ତାବ ଅନେକ ଆସୁଛି

  ପସନ୍ଦ ତ ଆସୁ ନାହିଁ

କେଉଁଠି ଲୁଚିଛ ସପନ ନାୟିକା

  ଥରେ ମତେ ଦିଅ କହି।


ବାସ୍ତବେ କେଉଁଠି ଦେଖିଛି ତୁମକୁ

  ମନେ ପଡୁନାହିଁ ମୋର

ଅବଚେତନ ରେ ରହିଯାଇ ଅଛ

  ସପନେ ହୁଅ ନିଜର।


ହୃଦୟ ରୁ ଯଦି ଭଲ ପାଉଥିବି

  ପାଇବି ନିଶ୍ଚିତ ଦିନେ

ସ୍ବପ୍ନ ନାୟିକା ରୁ ଘରଣୀ ସାଜିବ

  ଭାବିଛି ମୁଁ ମନେ ମନେ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance