STORYMIRROR

Sujata Pati

Classics Inspirational

3  

Sujata Pati

Classics Inspirational

ନାରୀ ନାରାୟଣୀ

ନାରୀ ନାରାୟଣୀ

1 min
195


ନାରୀ ଦୟାମୟୀ ନାରୀ କ୍ଷମାମୟୀ

  ବିଶ୍ବରେ ସେ ବନ୍ଦନୀୟା

ନୁହେଁ ସେ ଅବଳା ନୁହେଁ ସେ ଦୁର୍ବଳା

  ଜଗତରେ ଅଦ୍ବିତୀୟା।


ନାରୀ ସ୍ନେହମୟୀ ନାରୀ ପ୍ରେମମୟୀ

  ସହନଶୀଳାରେ ଭରା

ସବୁ ଦୁଃଖ କଷ୍ଟ ନିଜେ ସହିନିଏ

  ସତେ କି ସେ ବସୁନ୍ଧରା।


ସେ ଅଟେ ଜନନୀ ସେ ଅଟେ ଭଗିନୀ

  ବନିତା ପୁଣି ଦୁହିତା

ସୃଷ୍ଟିର ସର୍ଜନା ଅଧୁରା ରହିବ

  ନାରୀ ହେଲେ ଉପେକ୍ଷିତା।


ଶାନ୍ତିର ମୂରତି କ୍ଷମାର ସେ ଦାତ୍ରୀ

  ତା' ଋଣ କିଏ ଶୁଝିବ

ସିଏ ଜନ୍ମଦାତ୍ରୀ ସିଏ ରକ୍ଷାକର୍ତ୍ତୀ

 ତା' ବିନା ସୃଷ୍ଟି ନୋହିବ।


ନାରୀର ସମ୍ମାନ ନାରୀର ସୁରକ୍ଷା

  ଜଗତ କଲ୍ଯାଣ ପାଇଁ

ନାରୀ ମହିୟସୀ ନାରୀ ଗରିୟସୀ

  ସିଏ ତ କଲ୍ଯାଣମୟୀ।


ଆଜିର ସମାଜ ନାରୀ ନାରାୟଣୀ

  କାଗଜ କଲମେ କହେ

ରାଜ ରାସ୍ତାରେ ଭୋଗ୍ଯ ବସ୍ତୁ କରି

  କଳଙ୍କିନୀ ଆଖ୍ଯା ଦିଏ।


ଶାସ୍ତ୍ର ପୁରାଣରେ ଅତୀତ ପୃଷ୍ଠାରେ

  ନାରୀର ମର୍ଯ୍ଯାଦା ଥିଲା

ଏ ଘୋର କଳିରେ ନାରୀର ମର୍ଯ୍ଯାଦା

  ମାଟିରେ ତ ମିଶିଗଲା।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics