STORYMIRROR

Sujata Pati

Inspirational

3  

Sujata Pati

Inspirational

ଭାବରେ ଭଗବାନ

ଭାବରେ ଭଗବାନ

1 min
194

ଭାବ ମଣି ମୋର କାଳିଆ ଠାକୁର

  କେବଳ ଦେଖେ ସେ ଭାବ

ଭାବକୁ ନିକଟ ଅଭାବକୁ ଦୂର

 ଭକତ ସହିତ ଭାବ।


ଚକା ନୟନ ତୁ ଭାବ ଦେଖି ଥାଉ

 ଦେଖିଲୁ ଦାସିଆ ଭାବ

ହାତ ବଢେଇକି ଶ୍ରୀଫଳକୁ ନେଲୁ

 ତା' ସାଥେ କରିଲୁ ଭାବ।


ବନ୍ଧୁ ମହାନ୍ତିର ଭୋକିଲା ପେଟକୁ

 ସ୍ୱହସ୍ତରେ ଅନ୍ନ ଦେଲୁ

କରମା ବାଈର ଖେଚୁଡି ପାଇଁ କି

  ତା' କୁଡିଆକୁ ଯାଇଥିଲୁ।


ଦ୍ୱାପର ଯୁଗରେ ଭକ୍ତ ସୁଦାମାର

 ଭାବରେ ତୁ ବନ୍ଧା ହେଲୁ

ଛଡେଇ ଖାଇଲୁ ଖୁଦଭଜା ସବୁ

 ଭକ୍ତର ମାନ ରଖିଲୁ।


ଭକତ ବିଦୁର ଶାଗ ଭଜା ଖାଇ

 ଭାବରେ ତୁ ବନ୍ଧା ହେଲୁ

କୌରବ ସଭାରେ କୋଟି ବସ୍ତ୍ର ଦେଇ

  ଦ୍ରୋପଦୀ ମାନ ରଖିଲୁ।


ଭକ୍ତ ସାଲବେଗ ଭାବରେ ବାନ୍ଧିଲା

 କଳା ଶ୍ରୀମୁଖକୁ ଚାହିଁ

ରଥ ଅଟକିଲା ଚକ ଚାଲିଲାନି

 ଆଚମ୍ବିତ କଲୁ ତୁହିଁ।


ଭାବ ବନ୍ଧନରେ ବାନ୍ଧିଦେ କାଳିଆ

 ଭାବରୁ ନ ହୁଏ ଦୂର

ଭାବରେ ରଖିବୁ ପର କରିବୁନି

 ତୁ ମୋ କଳା ଠାକୁର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational