STORYMIRROR

Sujata Pati

Inspirational Others

4  

Sujata Pati

Inspirational Others

ସ୍ନାନ ମଣ୍ଡପ ରେ କଳା ଗୋସାଇଁ

ସ୍ନାନ ମଣ୍ଡପ ରେ କଳା ଗୋସାଇଁ

1 min
382


ଭକତର ବନ୍ଧୁ ଆହେ କୃପାସିନ୍ଧୁ

  ଭକତ ବତ୍ସଳ ହରି

ଭକତର ଡାକ ସଦା ଶୁଣି ଥାଅ

  ଦୀନବନ୍ଧୁ ଦଇତାରୀ।


ସ୍ନାନ ପୂର୍ଣ୍ଣିମାରେ ମାନବୀୟ ଲୀଳା

  ଭାଇ ଭଉଣୀ ଙ୍କ ସାଥେ

ତୋର ସ୍ନାନ ପରା ଜଗତେ ଦେଖନ୍ତି

  କେମିତି ଭୂଲିବୁ ସତେ..


ଶହେ ଆଠ ଗରା ସୁବାସିତ ଜଳେ

  ସ୍ନାନ ମଣ୍ଡପରେ ସ୍ନାନ

ସୁନାର କୂଅରୁ ଜଳ ଅଣାଯାଏ

  ଗରାବଡୁ କରେ କର୍ମ।


କାଳିଆ ଗାଧାଏ ପଞ୍ଚତ୍ରିଶ ଗରା

  ବଳରାମ ତେତିଶ ରେ

ସୁଭଦ୍ରା ଗାଧାନ୍ତି ବାଇଶି ଗରା ତ

  ସୁଦର୍ଶନ ଅଠର ରେ।


ସ୍ନାନ ମଣ୍ଡପରେ ହାତୀ ବେଶ ହେଲ

   ଭକ୍ତ ଗଣପତି ପାଇଁ

ଭାବର ଠାକୁର ମୋ କଳା ଠାକୁର

  ହୃଦୟ ତୋ ଭକ୍ତ ପାଇଁ।


ଗଣପତି ଭଟ୍ଟ ମରାଠୀ ବ୍ରାହ୍ମଣ

  ଶ୍ରୀକ୍ଷେତ୍ରକୁ ଆସିଥିଲେ

ଗଣପତି ରୂପେ ନ ଦେଖି ତୁମକୁ

  ମନ ଦୁଃଖେ ଫେରିଗଲେ।


ସ୍ବପ୍ନରେ ଆଦେଶ ଦେଲେ ମହାପ୍ରଭୁ

  ଫେରିଲେ ଭକ୍ତ ବ୍ରାହ୍ମଣ

ଗଜାନନ ରୂପେ ଦରଶନ ଦେଲ

  ଧନ୍ଯପ୍ରଭୁ ପରଂବ୍ରହ୍ମ।


ସେହିଦିନ ଠାରୁ ଗଜାନନ ବେଶେ

  ଭକ୍ତଙ୍କୁ ଦର୍ଶନ ଦେଲେ

ଧନ୍ଯ ମହାପ୍ରଭୁ ଧନ୍ଯ ତୁମ ଲୀଳା

  କେମିତି ବୁଝିବୁ ଭଲେ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational