STORYMIRROR

Jagannath Das

Inspirational

3  

Jagannath Das

Inspirational

ସାକ୍ଷର ଦିବସ

ସାକ୍ଷର ଦିବସ

1 min
173

ଅକ୍ଷର ଶିଖିଲେ

ସାକ୍ଷର ହେବ

ଏହା ବିଧିର ବିଧାନ


"ଅ" ରୁ ହିଁ କ୍ଷରଈ

"ସ"ରେ ତ ଭରଈ

ଏହା ପାଠର ନିଦାନ...


ସାକ୍ଷର ଦିବସ

ପାଳଇ ତ ବିଶ୍ୱ

ନିରକ୍ଷର ରୁହ ନାହିଁ


ବିଶ୍ୱ କୁ ଆଲୋକ

କର ଶତ ମୁଖ

କ୍ଷରଣେ ଅକ୍ଷର ବହି...


ଏମନ୍ତ କାଳର

ହବା ନିରକ୍ଷର

ଏହା ଉଚିତ ନୁହଁଇ


କ୍ଷରେ ଛନ୍ଦାଛନ୍ଦି

ଅକ୍ଷରକୁ ଧୁନ୍ଦି

ମସ୍ତିଷ୍କେ ପୁରାଅ ତୁହି...


ଆୟତ ନୟନେ

ଦେଖ ହେ ନିମଗ୍ନେ

"ପା" ରୁ "ଠ " କୁ ତୁମେ ଯାଇ 


ପାଠ ପଢି ଗଲୁ

ସାକ୍ଷର ହୋଇଲୁ

ପରିବାର ଖୁସି ହୋଇ...


"ପା "ଅଟଇ ପାଦ

"ଠ " ଅଟଇ ମୁଣ୍ଡ

ପାଠ ଇଏ ତ ଅଟଇ


ପାଦ ଠାରୁ ମୁଣ୍ଡ

ଶିକ୍ଷା ପାଏ ଗଣ୍ଡ

ଶିକ୍ଷକ ଦ୍ୟନ୍ତି ବୁଝାଇ....


ଏହା ଗୁଢ ତତ୍ତ୍ୱ

ପାଠର ମାନେ ତ

 ଗୁରୁଙ୍କୁ ଅଜଣା ଏହି


ପାଠ ମାନେ କଣ

ପଚାରି ଦିଅ ତ

ବୁଦ୍ଧି କାମ କରେ ନାହିଁ...


ଅଜଣା ଶିକ୍ଷକ

ଶିଷ୍ୟଙ୍କ ଆଳୟେ 

ପାଠକୁ ପଢ଼ାନ୍ତି ବସି


ସାକ୍ଷର ଦିବସ

ଦସ୍ତଖତେ ଶେଷ

ପାଳନ୍ତି ବିଶ୍ୱ ବାସୀ ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational