STORYMIRROR

Jyotsna Acharya

Inspirational

3  

Jyotsna Acharya

Inspirational

ଗତିହୀନ ସମୟ

ଗତିହୀନ ସମୟ

1 min
176

ହେ "ସମୟ" ତୁମେ-

ତୁମେ ତ ନୁହେଁ ପରି ସମାପ୍ତେ? 

ଆତ୍ମାଟିତ ସତ

ଗଠନ ଆରମ୍ଭରୁ ସୃଷ୍ଟି ପ୍ରାନ୍ତେ।


ତଥାପିତ ତୁମକୁ ମାପେ

ଋତୁଙ୍କ ଗହଣେ ଅନ୍ତେ

ସ୍ୱପ୍ନ ଇଚ୍ଛା ଆଶାଟିତ

ସୁଖ-ଦୁଃଖ-ଆନନ୍ଦ ପ୍ରସ୍ଥେ।


ଘଣ୍ଟା କଣ୍ଟା ପରିଭ୍ରମେ

ମିନିଟିର ବିଭାଜିତେ

ସମୟର କୂଳେ କିନାରେ

ନଦୀଟିର ପ୍ରବାହିତ ସ୍ରୋତେ।


ସମୟ ହେ ସୀମାହୀନେ

ଶକ୍ତି ତୁମେ ଗତିହୀନ

ଦୟା ଭଲପାଇବାର ଚିହ୍ନେ

ତରାଜୁରେ ମାପିଚାଲ ବର୍ତ୍ତମାନ।


ଅହରହ ଅତୀତରୁ ଭବିଷ୍ୟତେ

ବର୍ତ୍ତମାନ ସ୍ପୃହା ଏକ ଛୋଟ ଅସ୍ତ୍ର

 ଆନନ୍ଦ ସେ ସମୟତ 

ବଞ୍ଚିବାର ମୂଳ ମନ୍ତ୍ର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational