ସୁନିଆଁ ଦିବସ
ସୁନିଆଁ ଦିବସ
ଭାଦ୍ରବ ମାସ ଶୁକ୍ଳ ଦ୍ବାଦଶ ତିଥି
ବାମନକୁ ଜନ୍ମ ଦେଲେ ଅଦିତି
ଅଧର୍ମ ନାଶିବା ପାଇଁ ।
ସତ୍ୟଯୁଗେ ବଳି କରନ୍ତି ଅର୍ଦଳି
ଦେବେଦ୍ୟନ୍ତି ଦଳି,ପାଦେକିସେମଳି
ବିଧର୍ମ ନିତି ରଚଇ ।
ବାମ ହସ୍ତେ ଛତା କାନ୍ଧରେ ପଇତା
ମସ୍ତକରେ ଚିତା,କମଣ୍ଡଳୁ ଧାର୍ତା
ଅପୁର୍ବ ଶୋଭନ ଭେଶ ।
ମଣିଖଂଜଣି ତାଂକ କର୍ନେ କୁଣ୍ଡଳ
ପୁର୍ନ ଇଂଦୁ ତାଂକ ବଦନ ମଣ୍ଡଳ
ମୁଚୁକୁନ୍ଦିଆର ହସ ।
ପଂଚଅବତାର ଦୁଃଖ ପରିହର
ରାକ୍ଷସ ଜାତିର ଯମ ଅବତାର
ପୁଣ୍ୟବାନେ ସୈାମ୍ୟ ଦିଶ ।
ବଳି ଦେଲ ଦଳି କରିଲ ପାତାଳି
ଦେବ ଦୁଃଖ ଦୁର କରିଲ ଶଂଖାଳି
ଭୁବନେ ପୁରିଲା ଯଶ ।
ଉଷୁମ କାକରେ କେହୁ ଧରେ ଜଳ
କେହୁଧରେ ସେନ୍ଦ୍ରମୁଣ୍ଡି ପୁଷ୍ପମାଳ
ପୁଜିଲେ ତୁମ୍ଭଂକୁ ଜନେ।
ଆଲଟ ଚାମରେ କେବିଂଚେ ବିଂଚଣି
କେହୁ ପକାଏ କର୍ପୁର ବାସ ପାଣି
ଆନଂଦ ରେ ସେହି ଦିନେ ।
ଓଡ୍ର ନବବର୍ଷ ସୁନିଆଁ ଦିବସ
ପଂଜିକାରରଶ ପିବନ୍ତି ଜୈାତିଷ
ବିରଜା ଶ୍ରୀକ୍ଷେତ୍ର ଧାମେ ।
ବାମନଗୋସାଇଁଂକପଦ୍ମପାଦ ଧ୍ୟାୟି
ଦୁଃସହ ଦୁର୍ଗତି କରିଛ ହେ ତ୍ରାହି
ଭଜୁଛୁ ଆନଂଦେ ପ୍ରେମେ ।