🇮🇳 🙏 ଆମ ସ୍ୱାଧୀନତା 🙏🇮🇳
🇮🇳 🙏 ଆମ ସ୍ୱାଧୀନତା 🙏🇮🇳
ଆସ ଦେଶବାସୀ ପାଳନ କରିବା
ସ୍ୱାଧୀନ ଦିବସ ଆଜି
ପଞ୍ଚସ୍ତୋରୀ ବର୍ଷ ହୋଇଲା ପୁରଣ
ପାଇଛୁ ଆମେ ଅଜାଦୀ l
ମନେ ପକାଇବା ସେଇ ଶହୀଦଙ୍କୁ
ଯାହାଙ୍କର ବଳିଦାନେ
ସ୍ୱାଧୀନ ଭାରତେ ହସିଛୁ, ଖେଳିଛୁ
ଖୋଜିଛୁ କି କେବେ ଦିନେ l
ଶ୍ରୀଅରବିନ୍ଦ ଓ ଲାଲ, ବାଲ, ପାଲ
ଅଜାଦୀ ପାଇଁ ଲଢ଼ିଲେ
ଆନ୍ଦୋଳନ ଅଗ୍ନି ଜଳାଇ ଯିଏ କି
ଜୟ ଧ୍ୱନି ଦେଇଥିଲେ l
ତାଙ୍କରି ପଥର ପଥିକ ହୋଇକି
ଗାନ୍ଧୀ, ସୁବାଷ, ନେହୁରୁ,
ସର୍ଦ୍ଦାର ବଲ୍ଲଭ ଓ ଚନ୍ଦ୍ରଶେଖର,
ସୁଖଦେବ, ରାଜଗୁରୁ,
ବକ୍ସି ଜଗବନ୍ଧୁ ଖୁଦିରାମ ବୋଷ
ଶହୀଦ ଭଗତ ସିଂ
ବାଜିରାଉତ ଓ ଲକ୍ଷ୍ମଣ ନାୟକ,
ରାଣୀ ଲକ୍ଷ୍ମୀବାଈ ପୁଣି l
ବ୍ରିଟିଶଙ୍କୁ ତଡି ଦେଶକୁ ସ୍ୱାଧୀନ
କରିଥିଲେ କେତେ କଷ୍ଟେ
ତାଙ୍କ ବଳିଦାନ ନ ଯାଉରେ ବ୍ୟର୍ଥ
ରଖିବା ନିଜ ସାମର୍ଥେ l
ଆଖିରେ ତାଙ୍କର ନିଦ ବଦଳରେ
ଥିଲା ସ୍ବପ୍ନ ସ୍ୱାଧୀନର
ସ୍ୱାଧୀନ ଭାରତ ଦେଖିବା ସୌଭାଗ୍ୟ
ନଥିଲା ତାଙ୍କ ଭାଗ୍ୟର l
ଅନେକ ସଂଗ୍ରାମୀ ଶହୀଦ ହୋଇଲେ
ଦେଶପାଇଁ ଲଢ଼ି ଲଢ଼ି
ଭାବିଛୁକି ଦିନେ କେଉଁ ଅବସ୍ଥାରେ
ବଞ୍ଚିଥିଲେ ଘର ଛାଡି l
ଶେଷରେ ସ୍ୱାଧୀନ ସୁରୁଜ ଦେଖିବା
ତାଙ୍କ ଭାଗ୍ୟରେ ନଥିଲା
ସ୍ୱାଧୀନ ଭାରତେ ଫରଫର ହୋଇ
ଧ୍ୱଜା ଯେବେ ଉଡୁଥିଲା l
ସେଇ ସ୍ୱାଧୀନତା ବଜାୟ ପାଇଁକି
ଏବେବି ଅନେକ ବୀର
ସୀମାରେ ଜୀବନ ଦେଇ ଜଗିଛନ୍ତି
ବନ୍ଦନୀୟ ହୋଇ ଚୀର l
ଆଜି ସ୍ୱାଧୀନତା ଦିବସରେ ଆସ
ତାଙ୍କ ଚରଣରେ ମଥା
ନୁଆଇଁ ଗାଇବା ଜୟଗୀତି ଆମେ
ତାଙ୍କ ବୀରତ୍ୱର ଗାଥା ।
