Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

URMILA MAHAPATRA

Inspirational

3  

URMILA MAHAPATRA

Inspirational

ଗୁରୁ ଦିବସ

ଗୁରୁ ଦିବସ

1 min
121


ଗୁରୁ ବ୍ରହ୍ମl ବିଷ୍ଣୁ ଗୁରୁ ମହେଶ୍ୱର

 ହେ ସତ୍ୟ ଶିବ ସୁନ୍ଦର

ଅଜ୍ଞାନ ଅନ୍ଧାରୁ ଜ୍ଞାନର ସୁପଥେ

  ଘେନି ପ୍ରଭୁ ପାରିକର l


ଶ୍ରୀକୃଷ୍ଣ ଙ୍କ ଗୁରୁ ଥିଲେ ସାନ୍ଦୀପନି

  ଉପମନ୍ୟୁ ଗୁରୁ ଧୋମ୍ୟ

ଭୀଷ୍ମ ଆଉ କର୍ଣ୍ଣଙ୍କର ଗୁରୁ ଥିଲେ

  ମହାବଳି ପର୍ଶୁରାମ l


ଶ୍ରୀରାମଙ୍କ ଗୁରୁ ବଶିଷ୍ଠ ମୁନୀ ଯେ

 ଗୁରୁଙ୍କ ମଧ୍ୟରେ ସାର

ହରିଶ୍ଚନ୍ଦ୍ର ଙ୍କର ଗୁରୁ ବିଶ୍ଵାମିତ୍ର

 ରଖିଲେ ଯଶ ଶିଷ୍ୟର l


ଛଳରେ ଗୁରୁଙ୍କ ଠାରୁ ବିଦ୍ୟା ଶିକ୍ଷା

  କରିଥିଲେ ବୋଲି କର୍ଣ୍ଣ

ଅନ୍ତିମ ସମୟେ ସେଇ ଶିକ୍ଷା ତାଙ୍କ

  ବିସ୍ମରି ହାରିଲେ ପ୍ରାଣ l


ଶିବାଜୀଙ୍କ ଗୁରୁ ଥିଲେ ରାମଦାସ

  ଇତିହାସେ ଶ୍ରେଷ୍ଠ ଗୁରୁ

ବିବେକାନନ୍ଦଙ୍କ ଗୁରୁ ରାମକୃଷ୍ଣ

  ତାରିଲେ ଭବସାଗରୁ l


ଆହେ ଗୁରୁ ତୁମେ ମଙ୍ଗଳମୟ

 ଯେ ଲଭେ ତୁମ ଆଶିଷ

ଏ ଭବ ସାଗର ପାରି ହୋଇଯାଏ

 ବୋଲାଏ ସେ ଶ୍ରେଷ୍ଠ ଶିଷ୍ୟ l


ଆଜ ସର୍ବପଲ୍ଲୀ ରାଧାକୃଷ୍ଣଙ୍କର

  ଅଟଇ ଜନମ ଦିନ

ଗୁରୁଦିବସର ମାନ୍ୟ ଦେଇ ପାଳୁ

  ତାଙ୍କ ଚରଣେ ପ୍ରଣାମ l



Rate this content
Log in

Similar oriya poem from Inspirational