STORYMIRROR

Sabita Nayak

Inspirational

4  

Sabita Nayak

Inspirational

ମୁଁ ମୋ ବିନା

ମୁଁ ମୋ ବିନା

1 min
271

ଜୋଛ୍ଛନା ରାତିର ପୁନେଇଁ ଚାନ୍ଦଟା 

ତୁମକଥା କହୁଥିଲା 

ଚୁପ୍ ଚାପ୍ ଆସି ଅଗଣାରେ ମୋର 

ଈଶାରା ସେ କରିଗଲା। 


ତୁମେ ଭାବୁଥିଲ ମୋ କଥାକି କୁହ 

ବୁଡିଥିଲ କଳ୍ପନାରେ 

ଧିର ସମୀରଣ ତୁମ ଦେହଛୁଇଁ 

ମୋ କାନରେ କହେ ଧିରେ। 


ଅବଶେ ପ୍ରିୟାତୋ ଦୂର ରାଇଜରେ 

ବିରସ ବଦନ ଭରେ 

ବାଟ ତୋର ଚାହିଁ ଆଖିର କଜଳ 

ବୋହିଯାଏ ଲୁହଧାରେ। 


କହିଲି ଚାନ୍ଦିନୀ କଥାକି ରଖିବୁ 

କହିବୁ ପ୍ରିୟାକୁ ମୋର 

ହୃଦୟେ ସେପରା ଗାରଟେ ଟାଣିଛି 

ନିଜଠୁ ଅତି ନିଜର। 


ବିରହ ପ୍ରିୟାର ହୃଦୟେ ମୋବାଜେ 

ପ୍ରିୟାବିନା ତନୁକ୍ଷୀଣ 

ଚାନ୍ଦଲୋ କହିବୁ କାନ୍ଦିବନି ବୋଲି 

ମନେପଡେ ପ୍ରତିକ୍ଷଣ। 


ହସିକି ଚାନ୍ଦିନୀ ଆଶ୍ବାସନା ଦେଲା 

ଯିବି ବୁଲି ପ୍ରିୟାଘର 

ଝରକା ଫାଙ୍କରେ ଧିର ସମୀରଣେ

ସପନେ ଆସିବି ତା'ର ।

ଚୁପି ଚୁପି କାନେ କହିବି ନିଶ୍ଚୟ 

ତୁମ ବିରହ ବାରତା 

ଭଲପାଅ କେତେ ମନଭରି ତୁମେ 

ଜଣାଇବି ମନକଥା। 


ନିଜକୁ ଖୋଜ 

ନିଜକୁ ଭଲପାଅ

ଖୁସିରେ ରୁହ 

Love others give great pain. 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational