ହେ ପୂଜ୍ୟ ମନୋଜ
ହେ ପୂଜ୍ୟ ମନୋଜ
ଶ୍ରୀ ମା, ଶ୍ରୀ ଅରବିନ୍ଦ ଙ୍କ ସୁଯୋଗ୍ୟ ସନ୍ତାନ
ତୁମେ ଚାଲିଗଲା ପାରେ
ଆଶ୍ରମରୁ ଏକ ଜ୍ୟୋତି ଲିଭିଗଲା
ସାଧକ ମନ ଯେ ଝୁରେ l
ଉତ୍କଳ ପ୍ରଦେଶେ ଜନମ ଲଭିଲ
ଜଗତେ ନାମ ରଖିଲ
ପଣ୍ଡିଚେରୀ ଭୂମି ତୁମକୁ ଝୁରଇ
ବୀର କାହିଁ ଚାଲିଗଲ l
ଲେଖନୀରେ ତୁମ ଯାଦୁ କି କିମିଆଁ
ଜାଣୁନା କରିଛ କଣ
ସାହିତ୍ୟ ପ୍ରେମୀଙ୍କ ହୃଦୟକୁ ତୁମେ
କରିଦେଇ ଗଲ ଶୂନ୍ୟ l
ସାହିତ୍ୟ, ପ୍ରବନ୍ଧ, ଗଳ୍ପ, ଉପନ୍ୟାସ
କିଛି ତ ରଖିନ ବାକି
କଲମ ନଚାଲେ ତୁମରି କର୍ମକୁ
ମୁଁ କି ପାରିବି ଲେଖି l
ଓଡ଼ିଆ ଜାତିର ମଥାକୁ ଆଜି
ସ ଗରବେ ଉଚ୍ଚା କଲ
ଆଖିରେ ଆମର ଲୁହ ଦେଇ ତୁମେ
ଶ୍ରୀ ମା ଙ୍କ କୋଳକୁ ଗଲ l
ଉଠିବନି ଆଉ ଚୀର ଦିନ ପାଇଁ
ପାଇ ପାରିବୁନି ଦେଖା
ଫେରି ଆସ ପୁଣି ସାହିତ୍ୟ ଆକାଶେ
ବାକିଅଛି କିଛି ଲେଖା ।
