Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

URMILA MAHAPATRA

Inspirational

3  

URMILA MAHAPATRA

Inspirational

Untitled

Untitled

1 min
908


 ଏହି ସଂସାର ରେ ନାରୀଙ୍କର ବିନା

    ଚଳେନି ସଂସାର ତରୀ

ହିନ୍ଦୁ ଧର୍ମେ ଆମ  ଏକ ପତ୍ନୀ ବ୍ରତ

   ପୁରୁଷେ ଥାନ୍ତି ଆଦରି l

ମାତୃ ଜାତି ଙ୍କର  ଆଦର ସମ୍ମାନ

   ହୁଏ ଯେଉଁ ପରିବାରେ

ମାତା ଲକ୍ଷ୍ମୀ ଙ୍କର  ବାସ ହୋଇଥାଏ

   ଜାଣିଥାଅ ଏହା ନରେ l

ନାରୀ ଟିଏ ଆଜି  ଏହି ସମାଜରେ 

   ସବୁଥିରେ ପରିପୂର୍ଣ୍ଣା

ଘୋଡାଚଢା ଠାରୁ ଆକାଶରେ ଉଡ଼ା

    ଯୁଦ୍ଧ କ୍ଷେତ୍ରେ ଅବତୀର୍ଣ୍ଣା l

ସେ ଅଟଇ ସୀତା ସେ ଅଟେ ସାବିତ୍ରୀ

    ଦ୍ରୌପଦୀ ଅଟଇ ସେହି

ସେ ଅଟେ ଅହଲ୍ୟା ସତୀ ଅନୁସୂୟା

   ସେ ତ ଅଟେ ମୀରାବାଈ l

ସରୋଜିନୀ ସିଏ ଇନ୍ଦିରା, ନନ୍ଦିନୀ

  ଅଟେ ସେ ସାନିଆ ମିର୍ଜା

ସେ ଅଟଇ ଲତା, କଳ୍ପନା ଚାୱଲା

    ହିମାଳୟେ ଉଡେ ଧ୍ୱଜା l

କେବେ ମଣିବନି ନାରୀଙ୍କୁ ଯେ ତୁଛ

    କେବେ ନିଉନ କରବନି

ନୁହେଁ ସେ ଅବଳା ନୁହେଁ ସେ ଦୁର୍ବଳା

    ସ୍ନେହମୟୀ ସେ ଜନନୀ l

ବିକାଶ ର ଧାରା  ଅବାରିତ ଝରେ

   ନାରୀ ଟିଏ ସାଥେ ଥିଲେ

ପୁରାଣ ଠାରୁ ଯେ ଇତିହାସ ଯାଏଁ

   ଲେଖାଅଛି ସବୁଠାରେ l

ମାର୍ଚ୍ଚ ମାସର   ଆଠ ତାରିଖ ଟି

   ମହିଳା ଦିବସ ରୂପେ

ପାଳିଥାନ୍ତି ତାକୁ  ପଲ୍ଲୀ ଠୁ ସହର

   ସାରା ଜଗତର ଲୋକେ l

ନାରୀନାମ ଯେଣୁ ନାରାୟଣୀ ବୋଲି

   ଜଗତ ବ୍ୟାଖ୍ୟା କରଇ

ସାର୍ଥକ କରହେ  ସଂସାର ର ଜନ

    ନାରୀଙ୍କୁ ସୁରକ୍ଷା ଦେଇ l


Rate this content
Log in

Similar oriya poem from Inspirational