ଜୟ ବିଜ୍ଞାନ ଜୟ
ଜୟ ବିଜ୍ଞାନ ଜୟ
ବୁଝି ପାରୁନି ଗୋଟିଏ କଥା ଭାବି ବସେ ମୁଁ ଯେବେ
ଆଇ ମାଆ କଥା ସତ ନା ଯାହା ଦେଖୁଛୁ ଆମେ ଏବେ |
ଆଇ ମାଆ କଥା କାହାଣୀ ପରି ଲାଗେ ଆମକୁ ଆଜି,
ଧାନ କୁଟିବା ସୁତା କାଟିବା ପାଉନୁ କାହିଁ ଖୋଜି |
ଆମେ ତ ଉଡୁ ଆକାଶେ ଆଜି ସତେକି ଗୋଟେ ପକ୍ଷୀ
ବୁଡାଜାହାଜେ ଖୋଜି ଆଣୁଛୁ ସାଗର ତଳୁ ମୋତି |
ରକେଟ୍ ଚଢ଼ି ଆସିଲୁ ଆମେ ଜହ୍ନମାମୁଁଙ୍କୁ ଛୁଇଁ
ମଙ୍ଗଳ ଗ୍ରହେ ଭାବୁଛୁ ଆମେ ଘର କରିବୁ ଯାଇ |
ରାଡାର୍ ଦିଏ ପାଣିପାଗର ଆଗୁଆ ସତର୍କତା
ମଣିଷ ପାଖେ ହାର୍ ମାନୁଛି ବଢି ,ମରୁଡି,ବାତ୍ୟା |
ସମ୍ବାଦପତ୍ରୁ ଜାଣୁଛୁ ଆମେ ସାରା ବିଶ୍ୱର ବାର୍ତ୍ତା,
ବିଶ୍ୱଆଜି କ୍ଷୁଦ୍ର କେତେ ଭାବିଲେ ଘୁରେ ମଥା |
ସବୁରି ଘରେ ବିଜ୍ଞାନ ରାଜ୍ ଚାଲିଛି ଆଜିକାଲି
ଟି.ଭି,ଫୋନ୍ ଓଫ୍ରିଜ୍ କୁ ଛାଡି ପାରିବ କିଏ ଚଳି
ଲ୍ୟାପ୍ ଟପ ଓ କମ୍ପ୍ୟୁଟରରେ ପଢନ୍ତି ପିଲେ ପାଠ
ନେଟ୍ ରେ ଦେଖି ଜାଣି ପାରନ୍ତି ସାରା ବିଶ୍ୱର ଚାର୍ଟ |
ସାଟେଲାଇଟ୍ ଯୋଗାଇଥାଏ ମହାକାଶରୁ ବାର୍ତ୍ତା,
କିଏ ବା ଏବେ ଜାଣିନି କହ ଫାକ୍ସ ଇମେଲ୍ କଥା |
କୃଷିକ୍ଷେତ୍ରରେ ଟ୍ରାକ୍ ଟରରେ କରଇ ଚାଷୀ ହଳ
ରୋଇବା ପାଇଁ ଅମଳ ପାଇଁ ସବୁରି ପାଇଁ କଳ |
କେତେଯେ ଯନ୍ତ୍ର ବାହାରିଲାଣି ରୋଗ ଚିକିତ୍ସା ପାଇଁ
ଚିକିତ୍ସା କ୍ଷେତ୍ରେ ବିଜ୍ଞାନରତ ତୁଳନା କିଛି ନାହିଁ |
ଟୁଇଟରରେ ଟୁଇଟ୍ କରି ନିଜ ମନର କଥା,
ବିଶ୍ୱବାସୀଙ୍କୁ ଜଣାଉଛନ୍ତି ହେଉ ଜନତା ନେତା |
ଯୁଆଡେ ତୁମେ ଚାହିଁଲେ ଦେଖ ତାହାର କରାମତି
ବିଜ୍ଞାନ ତେଣୁ କହୁଛି ଆଜି ଫୁଲାଇ ତାର ଛାତି l
ବିଶ୍ୱ ଆଜି ନିଃଶ୍ୱ ହେବ ଦୂରେଇ ଦେଲେ ମୋତେ
କଥାରେ କିଏ ପାରିବ କହି ମୋହରି ଦାନ କେତେ l
ଆହୁରି ତୁମେ ଆଗକୁ ଯାଅ ହେଉ ତୁମର ଜୟ
ଜୟ ବିଜ୍ଞାନ ଜୟବିଜ୍ଞାନ ଜୟବିଜ୍ଞାନ ଜୟ |
