STORYMIRROR

Bidulata Sahoo

Classics

4  

Bidulata Sahoo

Classics

ସତରେ ଆମେ କେତେ ସ୍ୱାଧୀନ ?

ସତରେ ଆମେ କେତେ ସ୍ୱାଧୀନ ?

1 min
206

ଆମେ କେତେ ସ୍ୱାଧୀନ ?

ଜାଗ୍ରତ ହୁଅ ଭାରତବାସୀ ହେ ପୂର୍ଣ୍ଣ ସ୍ୱାଧୀନତା ପାଇଁ,

ଆଜିଠାରୁ ଦୃଢ ଶପଥ ନେବା ଯେ ମାଗଣା ଖାଇବା ନାହିଁ ।

ମାଗଣା ଖାଇବା ପାଇଁ,

କେତେ ଦିନ ଆଉ ହାତ ପତାଇବା ସ୍ୱାଭିମାନ ଭୁଲିଯାଇ ।

ଏଇ ସ୍ୱାଧୀନତା ପାଇବାକୁ କ'ଣ ଲୋକେ ହୋଇଥିଲେ ଠୁଳ,

ଜେଲ୍ ଯାଇଥିଲେ ଜୀବନ ବି ଦେଲେ ଏଇ କ'ଣ ତାର ମୂଲ ?

ନାରୀ ନିର୍ଯାତନା ନିତି,

ବଢିବଢି ଯାଏ ସମାଜ ରେ ଏବେ କେବେ ହେବ ୟାର ଇତି ?

ଜାଲିଆନାୱାଲା କାନ୍ଥେ ରହିଛି ଏବେବି ଗୁଳିର ଚିହ୍ନ,

ସେଲୁଲାର ଜେଲ୍ ଦେଖିଲେ ଆଖିରୁ ଅଶ୍ରୁ ବହେ ଘନଘନ ।

ଏଇ ସ୍ୱାଧୀନତା ପାଇଁ,

ଏତେ କଷ୍ଟ କରି ସେମାନେ ସହିଦ୍ ହୋଇଥିଲେ ଦେଶ ପାଇଁ ?

ଚାଷୀ ଟିଏ ଆଜି ଚାଷ କରୁନାହିଁ ପଡିଆ ପଡିଛି ବିଲ,

କାମ କରିବାକୁ ଶ୍ରମିକ ମିଳେନି ଜୁଆ,ତାସ୍ ଚାଲେ ଖେଳ ।

ଚାରିଆଡେ ମଦଭାଟି,

ମଦଭାଟି ଆୟ ଦେଶ ଚଳାଉଛି ଗରୀବର ତଣ୍ଟି ଚିପି ।

ରାସ୍ତା କାମ ହୁଏ କାମ ନସରୁଣୁ ଧୋଇଯାଏ ରାସ୍ତା ଘାଟ,

କେମିତି ନହେବ ପି.ସି. କାରବାର ଖର୍ଚ୍ଚ ହୁଏ କାଣ୍ଟଛାଟ ?

ପି.ସି. କାରବାର ପାଇଁ,

ଚାକିରି କି ତୁମେ କରିଥିଲ କ'ଣ ଦରମା କି ପା ଅନାହିଁ ?

ଚାକିରି ନପାଇ ମେଧାବୀ ଛାତ୍ର ଆତ୍ମହତ୍ୟା କରେ ଆଜି,

ପଇସା ବଳରେ ଅଯୋଗ୍ୟ ପିଲାଟେ ମାଡିବସୁଅଛି ଗାଦି,

ସତସ୍ତରି ବର୍ଷ ହେବ,

ଆଉ କେତେଦିନେ ବୁଦ୍ଧି ଇପୁଯିବ ମନେମନେ ଟିକେ ଭାବ ।

ନୈତିକତା ଓ ମୂଲ୍ୟ ବୋଧକୁ ସବୁ ଯଦି ଭୁଲିଯିବା,

ଆଖି ଥାଇ ଯଦି ଅନ୍ଧଭଳିଆ ଆଖି ପୁରା ବୁଜିଦେବା,

ତ୍ରୀରଙ୍ଗା ଖାଲି ଉଡାଇ,

ଜାତୀୟ ସଙ୍ଗୀତ ଉଚ୍ଚେ ଗାଇଲେ ସ୍ୱାଧୀନ କି ଯିବା ହୋଇ ?


Rate this content
Log in

Similar oriya poem from Classics