Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଆହେ ପ୍ରଭୁ କଳାଶ୍ରୀମୁଖ

ଆହେ ପ୍ରଭୁ କଳାଶ୍ରୀମୁଖ

1 min
395



 ଆହେ ପ୍ରଭୁ କଳାଶ୍ରୀମୁଖ

  କରୋଣା କବଳୁ ଆମକୁ ରଖ

  ଆତଙ୍କରେ ତାର ଆତଙ୍କିତ ଧରା

  ବଳେଇ ପଡୁଛି ସବୁରି ଦୁଃଖ ।


   ଏମିତି ଏ ରୋଗ କରୋନା

   ଲକ୍ଷଣ ତ   ସବୁ ପୁରୁଣା              

   ଥଣ୍ଡା ଶର୍ଦ୍ଦି   କାସ ଯନ୍ତ୍ରଣା

   ଯମ ସତେ କରେ ମନ୍ତ୍ରଣା

  ଛୁଇଁ ଦେଲେ ରୋଗ  ହୁଏ ସଙ୍କ୍ରମିତ

  ରୋଗ ବାଣ୍ଟେ କାସ  କଫ ଓ ଛିଙ୍କ  

  ଆହେ ପ୍ରଭୁ କଳାଶ୍ରୀମୁଖ  

 କରୋଣା କବଳୁ ଆମକୁ ରଖ ।


  ସହିବାକୁ  ଦିଅ ଶକତି

  ଟଳି ଯାଉ ଏହି ବିପତ୍ତି

   ପଦାକୁ ତ  ନଯିବା ପାଇଁ

   ଅବୁଝାଙ୍କୁ  ଦିଅ ବୁଝାଇ

  ହାତ ସଫା ରଖି  ରହିବୁ ଏକାକି

   ପ୍ରବାସୀ ଙ୍କୁ ନେଇ ନିସଙ୍ଗେ ରଖ

   ଆହେ ପ୍ରଭୁ କଳାଶ୍ରୀମୁଖ

    କରୋଣା କବଳୁ ଆମକୁ ରଖ ।


  ଦ୍ୱିତୀୟ ଲହରୀ ଆସିଛି

  ହୁ ହୁ ରୋଗ ବଢୁଛି

  ଡରରେ ଦୁନିଆ ଥରୁଛି

  ଅକାଳେ ଜୀବନ ଯାଉଛି

 ତୁମବିନା କେହି ସାହା ଆମ ନାହିଁ

  ଏ ଘୋର ବିପଦୁ ଆମକୁ ରଖ

  ଆହେ ପ୍ରଭୁ କଳାଶ୍ରୀମୂଖ ।

  

   



Rate this content
Log in

Similar oriya poem from Classics