Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

4  

DILIP KUMAR SAHOO

Classics

ସବୁ କାଳିଆକୁ ଜଣା

ସବୁ କାଳିଆକୁ ଜଣା

1 min
276



 ଆଖି ବୁଜି ମନେମନେ ଆଜି ମୁଁ ଭାବୁଛି

 ଗୁପତରେ ରଥଗଢା କେମିତି ଚାଲିଛି !

 କରୋନା ର ଚେର ଯେଣୁ ମାଡିତ ଯାଉଛି

 ସବୁ ପୂଜା ପାର୍ବଣ ରେ ଅଙ୍କୁଶ ଲାଗୁଛି ।

 ବିନା ଭକ୍ତେ ହୋଇଗଲା ରଥ ଅନୁକୂଳ

 ପହଞ୍ଚିଲା ପ୍ରଭୁଙ୍କର ଦିବ୍ୟ ଆଜ୍ଞାମାଳ ।

 ଶୁଭ କାଷ୍ଠପରେ ସେହି ମାଳ ରଖାଗଲା

 ବିଶ୍ବକର୍ମାଙ୍କ ମଥାରେ ଶାଢୀ ବନ୍ଧାହେଲା ।

 କାଷ୍ଠରେ କୁରାଢି ସ୍ପର୍ଶ ବିଶ୍ବକର୍ମା ଦେଲେ 

 ରଥଗଢା କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ।

 ଭୋଇ ମାନେ କାଠ ସବୁ ଆଣିଥାନ୍ତି ବୋହି

 ରୂପକାର ଗଢିଥାନ୍ତି ରୂପ ମନଦେଇ ।

 ପ୍ରଥମେତ ରଥଚକ ତାପରେ ନାହାକା

 ଶୁଆପଟା ହ°ସପଟା ଭାଡି ହେବ ଟେକା ।

 ଚିତ୍ରକର ରଥସାରା ଆଙ୍କିଥାନ୍ତି ଚିତ୍ର

 ମହାରଣା ତିନିରଥ ମୁଖ୍ୟ କାରିଗର ।

 ଦିନୁଦିନ ରଥ କାମ ଆଗେଇ ଚାଲିଛି

 ଆଗକୁ ତ ରଥଯାତ୍ରା ଜଗତ ଚାହିଁଛି ।

 ଗଲାସନ ବିନାଭକ୍ତେ ରଥ ହେଲା ଟଣା

ଏବରଷ କଥା ସେହି କାଳିଆକୁ ଜଣା ।


  


Rate this content
Log in