STORYMIRROR

Debabrata Mishra

Abstract Classics Inspirational

4  

Debabrata Mishra

Abstract Classics Inspirational

ବୋଉପରି କେହିନୁହେଁ

ବୋଉପରି କେହିନୁହେଁ

1 min
371


ବୋଉ ସିଏ..... ନା ଡରେ ନା କେବେ ହାରେ

ବର୍ଷା ହେଉ ଖରା ହେଉ ଅବା ହେଉ ଝଡ଼

ପିଲାଙ୍କ ପାଇଁ ସେ ଲଢିପାରେ ଶକ୍ତି ହେଉ ଯେତେ ବଡ଼, 

ଓଦା ସରସର ହୋଇ କି ବି ତାକୁ କେବେ ହୁଏନି ଜର

କିଛି ନ ଖାଇଲେ ବି ପୁରିଯାଏ ତାର ପେଟ

ତାକୁ କୁଆଡ଼େ ରାତିରେ ନିଦ ହୁଏନି କୁହେ

ସେ ଯାହା କୁହେ ମୁଁ ଜାଣେ ତାହା ଜମା ସତନୁହେଁ 

ମୋ' ବୋଉପରି କେହି ନୁହେଁ... (୧) 


ବୋଉ ସିଏ ହିମାଳୟ ପରି ଧୈର୍ଯ୍ୟ ମନରେ ତାର

ତା' ଆଖିରେ ପରା ଅନେକ ଥର ଧୂଳି ପଡ଼େ

ସେ ନୁଆ ଲୁଗା କେବେ ଲୋଡେନି କେଜାଣି କାହିଁ, 

ସମସ୍ତଙ୍କ ମନପସନ୍ଦ ର ଖାଇବା ରୋଷେଇ କରେ

ତାର ପସନ୍ଦ ଖାଦ୍ୟ ପଚାରିଲେ କ'ଣ କୁହେ ଜାଣ

ମୋ' ପିଲାମାନେ ଯାହା ଖାଇବେ ତାହା ତ ମୋର ପସନ୍ଦ

ଯାହା ହେଉ ପଛେ ବୋଉ ବାରବାର ମିଛ କାହିଁ କୁହେ

ମୋ' ବୋଉପରି କେହି ନୁହେଁ........ (୨) 


ବୋଉ ସିଏ ସବୁଠୁ ଆଗରେ ଶେଜରୁ ଉଠେ

ଆଉ ସମସ୍ତେ ଶୋଇଗଲା ପରେ ତାକୁ ନିଦ ଆସେ

ହଁ ଏତେ କାମକରି ମଧ୍ଯ ତାକୁ କେବେ ହାଲିଆ ଲାଗେନି

କହେ ମୋର କାମ କରିବା ଅଭ୍ଯାସ ତୁମେ ବ୍ୟସ୍ତ ହୁଅନି, 

କାହିଁ କେବେ ତ କହେନି ଗୋଡ ବ୍ୟଥା ହୁଏ ବୋଲି

ଓଷାବ୍ରତ ତ କରେ ଅନେକ ସବୁ ତାର ପିଲା ଓ ପରିବାର ପାଇଁ

ନିଜ ପାଇଁ କେବେ କିଛି ମାଗିବା ଭୁଲିଯାଏ ବୋଧହୁଏ

ମୋ' ବୋଉପରି କେହି ନୁହେଁ........ (୩) 


ତା' ପିଲାମାନେ ତା ଆଗରେ କେବେ ହୁଅନ୍ତିନି ବଡ଼

ମୁହଁ ଲୁଚେଇ କାନ୍ଦେ ସେ, ଯଦି କେବେ ଦିଏ ପିଲାଙ୍କୁ ମାଡ଼

ପୁଅଝିଅ ଙ୍କ ସଫଳତା ରେ ଖୁସି ହୁଏ ସତ ଜିତିଛି ଗଡ଼, 

ସ୍ନେହର ତ ଅକ୍ଷୟ ପାତ୍ର ମମତାର ଗଭୀର ସାଗର ସେ

କୁଆଡ଼େ ବୁଲିବାକୁ ତାର ଇଛା ହୁଏନି ବୋଲି କହେ, ଖାଲି ମିଛ

ସମସ୍ତେ ମଜା କରିବାରେ ଯେବେ ଥାଆନ୍ତି ବ୍ୟସ୍ତ

ବୋଉ ପରା ଖାଇବା ଯୋଗାଡ଼ କରେ ହାଣ୍ଡିଶାଳେ ରୁହେ

ମୋ' ବୋଉପରି କେହି ନୁହେଁ.......... (୪) 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract