STORYMIRROR

Sarojini Mishra

Abstract

4  

Sarojini Mishra

Abstract

ମଙ୍ଗଳମୟ ସାଜ ନବବର୍ଷ

ମଙ୍ଗଳମୟ ସାଜ ନବବର୍ଷ

1 min
10


ନୂତନ ହୋଇଛି ପୁରାତନ ଆଜି

ଅତୀତେ ହୋଇଛି ଲୀନ

ସମୟ ର ଚକ୍ର ଘୁରେ ଅହ ରହ

ହୋଇନାହିଁ କେବେ କ୍ଷୁର୍ଣ୍ଣ ।

ମଙ୍ଗଳମୟ ସାଜ ନବବର୍ଷ

ନବ ଉନ୍ମାଦନା ଭର

ସ୍ନେହ, ଶ୍ରଦ୍ଧା, ପ୍ରେମ, ପ୍ରୀତିର ପରଶେ

ଧରାକୁ ସୁନ୍ଦର କର ।

ସର୍ବ ମଙ୍ଗଳକୁ ସଙ୍ଗେ ନେଇ ଆସ

ବୁହାଅ ପବିତ୍ର ଧାରା

ଧୋଇଯାଉ ଯେତେ ଦୁଃଖର କାଳିମା

ଛୁଟୁ ଆନନ୍ଦ ଜୁଆରା ।

ମଙ୍ଗଳ ଶଙ୍ଖର ଧ୍ଵନୀ ଶୁଣାଅ ହେ ଓଁ କାର ର ଧ୍ଵନୀ ଶୁଭୁ

ମନରେ ପବିତ୍ର କମ୍ପନ ଭରୁ

ମନ ପରିମଳ ହେଉ ।

ହେ ନବ ବରଷ ପ୍ରତି ପରିବାରେ

ହସର ଜୁଆର ଖେଳୁ

ଗାଁ ରୁ ସହର ପରିମଳ ହେଉ

ମନରେ ଶାନ୍ତି ବିରାଜୁ ।

ହେ ନବ ବରଷ ସଙ୍ଗେ ନେଇ ଆସ

ଶାନ୍ତି, ମୈତ୍ରୀର ପିୟୂଷ

ପ୍ରୀତିର ମହକ ଖେଳାଇ ଦିଅ ହେ

ମନରେ ଖେଳୁ ସନ୍ତୋଷ ।

ହେ ନବ ବରଷ ଏ ସମାଜେ ଭର

ସମତାର ଗୁରୁ ମନ୍ତ୍ର

ହୃଦୟ ନିର୍ମଳ କରିଦିଅ ଆହେ

ଜୀବନ ହେଉ ସ୍ଵତନ୍ତ୍ର ।

ମଙ୍ଗଳ କଳସ ଥାପି ଦିଅ ତୁମେ

ପ୍ରତି ଦୁଆର ସମୀପେ

ଶୁଭ ମୟ ହେଉ ସମାଜର ଧାରା

ରୋଗ କ୍ଲେଶ ଯାଉ ଦୂରେ ।

ମଙ୍ଗଳମୟ ସାଜ ନବ ବର୍ଷ

ଘରୁ ଅନ୍ତରୀକ୍ଷ ଯାଏ

ସବୁଜ କ୍ଷେତରେ ସୁନାର ଲହରୀ

ଦୁନିଆ ଭରୁ ବିତ୍ତରେ ।

ମଙ୍ଗଳ ଉଷାର ନବଦିଗନ୍ତରେ

ମଙ୍ଗଳ ସୁରୂଜ ଉଠୁ

ନବ ଉନ୍ମାଦନା ଭ୍ରାତୃତ୍ଵ ପ୍ରେମରେ

ମଙ୍ଗଳ ଆଳତୀ ଶୁଭୁ ।

ଜ୍ଞାନର ଆଲୋକ ଝରାଇ ଦିଅ ହେ

ମଙ୍ଗଳ ବାଜଣା ବାଜୁ

ମାନବିକତାର ସାହାନାଇ ବାଜୁ

ଅଶାନ୍ତି ହଜୁ ସମାଜୁ ।

ମଙ୍ଗଳମୟ ସାଜ ନବବର୍ଷ

ମଙ୍ଗଳ ଭାବନା ଭର

ତୁମରି ପରଶେ ମଣିଷ ମନରୁ

ହିଂସା ଦ୍ଵେଷ ତୁମେ ହର ।

ମଙ୍ଗଳମୟ ସାଜ ନବ ବର୍ଷ

ବିଶ୍ଵର ମଙ୍ଗଳ କର

ଲିଭି ଯାଉ ସବୁ ଯୁଦ୍ଧ ବିଭୀଷିକା

ଉଚ୍ଚାର ଶାନ୍ତି ମନ୍ତର ।

ମଙ୍ଗଳେ ମଙ୍ଗଳ ସୁମଙ୍ଗଳ ହେଉ

ପ୍ରାନ୍ତରୁ ଆକାଶ ଯାଏ

ପ୍ରଭୁ ଚେତନା ରେ ମନ ଯେ ମହକୁ

ତୁମରି ଆଗମନରେ ।



Rate this content
Log in

Similar oriya poem from Abstract