STORYMIRROR

Sagarika Dash

Abstract

4  

Sagarika Dash

Abstract

ଭାବ

ଭାବ

1 min
10


ଅହଙ୍କାର ନେଇ ଭକ୍ତି ଦିଅ ପ୍ରଭୁ

  ସବୁତ ତୁମରି ଦାନ ,

କେଉଁ ଉପାସନା କରିବି ପ୍ରଭୁ ହେ 

ତୁ ହେବୁ ମୋହରି ଧନ .......।


     ଅଙ୍ଗ ଅଙ୍ଗ ତୋର ଚନ୍ଦନ ରେ ବୋଳା,

ଶ୍ରୀଅଙ୍ଗ ଶୋଭିତ ନନ୍ଦର ବାଳା

କେଉଁ ଅଙ୍ଗ ତୋର ଛୁଇଁବି ପ୍ରଭୁ ହେ

ସବୁ ତ ଦିଶୁଛି କଳା .......।


    କୃପା ସିନ୍ଧୁ ମୋର କୃପା କର ଥରେ

ଏ ଦେହ ମିଶୁ ତୋ ଦେଶ ମାଟିରେ 

ଦୁଃଖ କଷ୍ଟ ସବୁ ଅତି ଆପଣାର 

କରୁଣା ସାଗର କୃପା ମୟ ତୁମେ

ଦୁର କରିବନି ଥରେ ........।


    ତୁମରି ନାମରେ ଜୀବନ ଆରମ୍ଭ 

ତୁମରି ନାମରେ ଶେଷ 

ଥରେ ତୁମେ ମୋର ହାତ ଧରି ନିଅ 

ମିଟିଜିବ ଜୀବନର ଅବଶୋଷ ...........।


     କେଉଁ ବିଚିତ୍ର ବିନ୍ଧାଣି ବିନ୍ଧିଛି ତତେ ରେ

ଯେତେ ଦେଖୁଥିଲେ ମନ ଭରେ ନାହିଁ,

    ଦୟା କଲେ ତୁହି 

ମିଟି ଯାଆନ୍ତା ମନର ଶୋଷ .....।


    ଘେନ ମୋ ପ୍ରଣାମ ଘେନ ମୋ ପ୍ରାର୍ଥନା

ବଡ଼ ଦାଣ୍ଡେ ଠିଆ ହୋଇ 

ନେତକୁ ଦେଖିଲେ,ଚକ୍ରକୁ ଦେଖିଲେ 

ଅତି ନିଜର ଲାଗୁ ତୁହି........।


   କୋଟି କୋଟି ପ୍ରଣାମ ତୋ ପାଦ ପୟରେ,

ସାହା ହୋଇଥିବୁ ରାହା ହୋଇଥିବୁ 

ମାଗିବି ଏତିକି ଶେଷରେ.........।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract