STORYMIRROR

Nrusingha Narayan Tripathy

Classics Inspirational Others

4  

Nrusingha Narayan Tripathy

Classics Inspirational Others

ବିଶ୍ୱ ମହିଳା ଦିବସ

ବିଶ୍ୱ ମହିଳା ଦିବସ

1 min
368


କମଳା, ବିମଳା, ତାରା 

ସୀତା, ବରଦା, ମହାମାୟା 

ଦୁର୍ଗା, ସାବିତ୍ରୀ, ସହସ୍ର ନାଁ 

ପୁରାଣ ରେ ନାରୀ ସଦା ବନ୍ଦିତା ।(1)

       ଲୋପାମୁଦ୍ରା, ସରୋଜିନୀ, ସାରଳା 

       ଭିକ୍ଟୋରିଆ, ଗାର୍ଗୀ, ଇନ୍ଦିରା 

       ଲକ୍ଷ୍ମୀବାୟୀ ପୁଣି ରେଜିଆ 

       ଇତିହାସେ ନାରୀ ସଦା ବନ୍ଦିତା ।(2)

ନାରୀ ଅଟେ ଶାନ୍ତି, ମୈତ୍ରୀ ର ରଥି 

ସତ୍ୟ, ଶାନ୍ତି, ଧର୍ମ, ନ୍ୟାୟ ର ସାଥି 

ଶ୍ରଦ୍ଧା, ସ୍ନେହ, ଭକ୍ତି, ମମତା ର ଶକ୍ତି 

ପ୍ରେମ ପାଇଁ ନାରୀ ସଦା ବନ୍ଦିତା ।(3)

        ନାରୀ ଅଟେ ମା, ଭଗିନୀ, ଦୁହିତା 

        ପ୍ରେମେ ବାନ୍ଧେ ସିନା ସାରା ଦୁନିଆଁ 

        ନୁହେଁ ସେ ଅବଳା, ଶାନ୍ତ ସବଳା 

        ସେବା ପାଇଁ ନାରୀ ସଦା ବନ୍ଦିତା ।(4)

ନାରୀ ନୁହେଁ ବସ୍ତୁ ଭୋଗ୍ୟା ର ଦ୍ରବ୍ୟ 

ସୃଷ୍ଟିକାରୀ ସେ ବିନାଶ ର ବୀଜ 

ଶ୍ରଦ୍ଧା, ପ୍ରେମେ ତାଙ୍କୁ କର ସମ୍ମାନ 

ବନ୍ଦନୀୟା ନାରୀ ସଦା ବନ୍ଦିତା ।(5)

         ନାରୀ ଅଟେ ପୁଣି ନର ର ପ୍ରାଣ 

         ନାରୀ ବିନା ନର ନୁହେଁ ସମ୍ପୂର୍ଣ୍ଣ 

         ନାରୀ ଅଧିକାର ନାରୀକୁ ଦେବା 

         ନର ପାଇଁ ନାରୀ ସଦା ବନ୍ଦିତା ।(6)

              


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics