STORYMIRROR

Debabrata Mishra

Abstract Classics Inspirational

4  

Debabrata Mishra

Abstract Classics Inspirational

ଦେବାରେ ଆନନ୍ଦ

ଦେବାରେ ଆନନ୍ଦ

1 min
30


ଦେବାରେ ଆନନ୍ଦ ପାଏ ସେ

ସ୍ନେହ ଦିଏ ଶ୍ରଦ୍ଧା ଦିଏ ପ୍ରେମ ଦିଏ

ସବୁଠାରୁ ଶ୍ରେଷ୍ଠ ତା' ପାଇଁ

ସେ ହୃଦୟରୁ ହୃଦୟକୁ ସମ୍ମାନ ଦିଏ,


ମହତ ଦିଏ ମର୍ଯ୍ୟାଦା ଦିଏ 

ମାନ ଦିଏ ପ୍ରୀତିଦିଏ ପ୍ରଣାମ ଦିଏ

ସବୁଠାରୁ ଶ୍ରେଷ୍ଠ ତା'ପାଇଁ

ସେ ଆତ୍ମାରୁ ଆତ୍ମାକୁ ସମୟ ଦିଏ,


ହସ ତା'ର ଅସୁନ୍ଦର ହୋଇପାରେ

ତଥାପି ସେ ହସ ଦିଏ ସୁଖ ଦିଏ

ସବୁଠାରୁ ଶ୍ରେଷ୍ଠ ତା'ପାଇଁ

ସେ ବିବେକରୁ ବିବେକକୁ ଶକ୍ତି ଦିଏ,


ଈଶ୍ୱର କୃପାରୁ ଯେତିକି ପାଇଛି ସେ

ଅନ୍ତରରୁ ବୁଦ୍ଧି ଦିଏ ଜ୍ଞାନ ଦିଏ

ସମସ୍ତଙ୍କୁ ନିଜର କରେ ମନଦିଏ

ସବୁଠାରୁ ଶ୍ରେଷ୍ଠ ତା'ପାଇଁ

ସେ ଆତ୍ମାରୁ ଶୁଭେଚ୍ଛା ସାହସ ଦିଏ,


କୁତ୍ରିମତା ରକ୍ତରେ ନାହିଁ ତାର

ସହଜରେ ସେ ପ୍ରକୃତ ପ୍ରେମଦିଏ

ତା' ପାଇଁ ଆତ୍ମା ଶ୍ରେଷ୍ଠ, ଶରୀର ନୁହେଁ

ଈଶ୍ୱର ଦେଖେ ହୃଦୟେ ସେ ଭକ୍ତି ଦିଏ,


ଅନେକଙ୍କ ଲୁହରେ କାନ୍ଦିପାରେ ସେ

ଅନେକଙ୍କ କୋହରେ ଫାଟିପାରେ ସେ

ସେ ଖୁବ୍ କୃପଣ ଜାଣିଥିବ ତୁମେ

ସବୁ ଦିଏ କିନ୍ତୁ କାହାକୁ ଲୁହ ଟୋପେ ନ ଦିଏ,


ଦେବାରେ ପାଏ ସେ ଅସୀମ ସୁଖ

ପାଇବାର ରଖେନି ଆଶା ଅବା ହିସାବ 

କାହା ହସ ଦେଖି ସେ ଶାନ୍ତି ପାଏ

ଦେବାରେ ସେ ସ୍ୱର୍ଗୀୟ ଆନନ୍ଦ ପାଏ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract