STORYMIRROR

Padmalaya Mishra

Abstract Classics Others

4  

Padmalaya Mishra

Abstract Classics Others

ତୁମ ଆଗମନେ

ତୁମ ଆଗମନେ

1 min
8


ତୁମ ଆଗମନେ ଖୁସିର ସମ୍ଭାର

ଅନେକ ଆଶା ବାନ୍ଧୁଛି ମନ

ଭରିଦେବ କାଳେ ସକଳ ପ୍ରାଣରେ

ଆନନ୍ଦ ଉଲ୍ଲାସ ପ୍ରତିଦିନ

ବିଭୋର ହୃଦୟ ହୋଇଅଛି ଆଜି

ସପନ ବୁଣେ ଆମ ନୟନ ।


ବର୍ତ୍ତମାନ ତୁମେ ଅୟୁତେ ସପନେ

କାଲେଣ୍ଡର୍ ର ପୃଷ୍ଠା ବଦଳି

ପ୍ରତି ଓଠେ ଫୁଟି ହସର ଜୁଆର

ନୂଆ ପର୍ବର ଆସିଛି ପାଳି

ଶୁଣିଯାଅ ଥରେ ମନୋକାମନାକୁ

ତୁମରି ପାଶେ କରୁଛୁ ଅଳି ।


ଦେବ ନାହିଁ ଜମା ଦୁଃଖ ଆଉ ମନେ

ଆମ ଚଲାପଥେ ଦେବ ଫୁଲ 

ସମ୍ପର୍କରେ କେବେ ନଲାଗୁ ଗ୍ରହଣ

ସଭିଏଁ ବୁଝନ୍ତୁ ସବୁ ମୂଲ

ପ୍ରତିଟି ଶ୍ଵାସରେ ହରଷ ଉଲ୍ଲାସ

ପ୍ରତି ଦ୍ଵାରରେ ଖୁସି ଅତୁଳ ।



Rate this content
Log in

Similar oriya poem from Abstract