STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ଏଇ ମୋ ଦେଶକୁ ଶ୍ରେୟ ମିଳିଛି

ଏଇ ମୋ ଦେଶକୁ ଶ୍ରେୟ ମିଳିଛି

1 min
16


ପ୍ରଗତି ପଥରେ ମୋର ଏ ଦେଶ ଭାରତ

ବିକାଶର ଧାରା ପ୍ରତି କ୍ଷେତ୍ରେ ତ୍ୱରାନ୍ୱିତ

ଦେଶର ନାଗରିକ ସମ୍ପୂର୍ଣ୍ଣ ସୁରକ୍ଷିତ

ଜଳ ସ୍ଥଳ ଆକାଶ ସୀମା ବିପଦ ମୁକ୍ତ।

ସ୍ବପ୍ନ ସାକାର ହେବାର ସମୟ ଆସନ୍ନ

ଦେଶ ପ୍ରେମ ମନୋଭାବ ଅଟେ ପ୍ରୟୋଜନ

ନାଗରିକ ହୃଦେ ହେଲେ ଦେଶପ୍ରେମ ଭାବ

ବିଶ୍ଵଗୁରୁ ପଦବୀ ନିଶ୍ଚୟ ହେବ ସମ୍ଭବ।

ସଂଯୁକ୍ତ ହେବା ଏକାଠି ଛାଡ଼ି ସ୍ବାର୍ଥ ଭାବ

ଭୁଲିବାକୁ ହେବ ଆପଣାର ଭେଦ ଭାବ

ବିଶ୍ବ ଏକ ପରିବାର, ଚିନ୍ତାଧାରା ରହୁ

ପ୍ରେମ ଭାବ ଥାଇ ଦେଶ ବିଶ୍ୱଗୁରୁ ହେଉ।

ଏହି ଦେଶର ଗରିମା ଆର୍ଯ୍ୟ ଭୂମି ରୂପେ

ଗୀତା ଅଧ୍ୟୟନ ରୁ ଶିକ୍ଷା ପ୍ରାପ୍ତ ଅଛି ଆପେ

ସମର୍ପଣ ପରେ ପ୍ରଭୁ ଦାୟିତ୍ଵ ନିଅନ୍ତି

ସାଧୁଙ୍କ ସୁରକ୍ଷା,ଶାସ୍ତିରେ ହିଁ ଦୁଷ୍ଟ ଶାନ୍ତି

ଏଠି ପୂଜା ହୁଏ ଚେତନା-ଜଡ ପଦାର୍ଥ

ଅସୁର ସଂହାର ପାଇଁ ଝରି ପଡେ ରକ୍ତ

ଗାଈକୁ ମାଆ କହିବା ଦୁନିଆ ଜାଣିଛି

ଶତ୍ରୁ କୁ ପ୍ରେମରେ ମିତ୍ର କରିବା ଜାଣିଛି

ଯୋଗ ବିଜ୍ଞାନକୁ ଭାରତ ଶ୍ରେୟ ଦେଇଛି

ଯୋଗ-ବିଜ୍ଞାନର ଗବେଷଣା ବି ହେଉଛି

ଯୋଗର ଆଦର ଆଜି ବିଶ୍ଵ ଦରବାରେ

ଭାରତର ନେତୃତ୍ୱ ଯୋଗ ବ୍ୟାପକତା ରେ

ଚନ୍ଦ୍ର-ସୂର୍ଯ୍ୟର ଅଭିଯାନ ଚାଲୁ ରହିଛି

ବିଶ୍ଵ ଆଜି ଭାରତକୁ ଶ୍ରେୟ ବି ଦେଉଛି

ମହାମାରୀ ସମୟରେ ଟୀକା ଉତ୍ପାଦନ

ସୁରକ୍ଷା କବଚ ଟୀକା ଶ୍ରେଷ୍ଠ ଅବଦାନ

ଏ ଦେଶର ଜଳ,ସ୍ଥଳ,ଆକାଶବାହିନୀ

ସଜାଗ ସର୍ବଦା କିଛି କ୍ଷତି ବି ହେବନି

ସ୍ବାସ୍ଥ୍ୟ, ଶିକ୍ଷା, ଯୋଗାଯୋଗ,ଗମନାଗମନ

ପ୍ରତି କ୍ଷେତ୍ରରେ ହେଉଅଛି ଉନ୍ନତିକରଣ

ପ୍ରତି ନାଗରିକ ଦେଶପ୍ରେମ ଭାବ ରହୁ

ଭାରତକୁ ବିଶ୍ଵଗୁରୁ ଶ୍ରେୟ ପ୍ରାପ୍ତ ହେଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract