STORYMIRROR

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ଜୟ ଶ୍ରୀରାମ

ଜୟ ଶ୍ରୀରାମ

1 min
27


ଗଗନ ପବନ ଗୁଞ୍ଜେ ରାମ ନାମ

ରାମ ସତ୍ଯ ସନାତନ

ଜୀବନର ଲକ୍ଷ୍ଯ ପରମ କାରଣ

ରାମ ପତିତପାବନ ।

ତତ୍ତ୍ବ ଅବିନାଶୀ ଶ୍ଯାମ ମନୋରମ

ରାମ ପୁରୁଷ ଉତ୍ତମ 

ଜ୍ଯୋତିଦୀପ୍ତ ବ୍ରହ୍ମ ସ୍ଥିତପ୍ରଜ୍ଞ ଜ୍ଞାନ 

ରାମ ଆଲୋକ କିରଣ ।

ରାମ ସତ୍ଯ ନିଷ୍ଠ ଅଦ୍ବିତୀୟ ଶ୍ରେଷ୍ଠ 

ଶ୍ରୀରାମ ଜୟ ଉଦ୍ଘୋଷ 

ରାମ ମହାମନ୍ତ୍ର ଜୀବନ ଦ୍ୟୋତକ

ରାମ ମର୍ଯ୍ୟାଦା ଆଦର୍ଶ ।

ଦୁର୍ଗମର ପଥ ହୁଅଇ ସୁଗମ

ରାମନାମେ ଶକ୍ତି ସ୍ଫୁରେ

ଭାସଇ ପଥର ଜଳଧି ଗଭୀରେ

ଅହଂକାରୀ ଦର୍ପ ହରେ ।

ରାମ ସୁସଙ୍କଳ୍ପ ସିଦ୍ଧି ଅବିକଳ୍ପ

ରାମ ସତ୍ଯ ଅବ୍ୟାହତ

ବିରାଜ ଶ୍ରୀରାମ ହୃଦ ସିଂହାସନେ

ଚନ୍ଦ୍ରାର୍କ ଥିବା ଯାବତ ।।


Rate this content
Log in

Similar oriya poem from Classics