STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଉପରମୁଣ୍ଡର ଝିଅ

ଉପରମୁଣ୍ଡର ଝିଅ

1 min
118

ତୁମ ଗାଁରେ ବର୍ଷା ହେଲେ

ଆମ ଗାଁ ନଈରେ ବଢି ଆସେ

ତୁମ ଗାଁରେ ବିଜୁଳି ବତୀ ଜଳିଲେ

ଆମ ଗାଁକୁ ଝାପ୍ସା ଝାପ୍ସା ଦିଶେ।


ନଈ ବଢି କେମିତିକା ଦେଖିବାକୁ

କାଳେ ଭଲ ଲାଗେ ତୁମକୁ

ନଈବଢିର ଦାଉରେ ଛାଡିବାକୁ

ହୁଏ ନିଜ ଘର ଆମକୁ।


ତୁମ ବିଜୁଳି ବତୀର କରାମତି 

ଦେଖି ଭ୍ରମିତ ହେଉଛି ଆମ ମତି 

ଆମ ପାଇଁ ତ ଅଟଇ ଦୂରନ୍ତ ସ୍ଵପ୍ନ 

ଆମର ଏବେବି ଅନ୍ଧାରେ କଟୁଛି ରାତି। 


ତୁମେ ତ ଉପରମୁଣ୍ଡର ଝିଅ 

ସ୍ବେଚ୍ଛାରେ ନଈରେ ବାନ୍ଧିଛ ବନ୍ଧ

ଖରାରେ ମରୁଡ଼ି ବର୍ଷାରେ ବଢି 

ଏଇ ତ ଆମ ଜୀବନ ଗୀତିର ଛନ୍ଦ। 


ତୁମ ଗାଁ ହସୁଥାଏ ହେଇ ଚିର 

ସୁଜଳା ସୁଫଳା ଶସ୍ଯ ଶ୍ୟାମଳା 

ଆମ ଗାଁରେ ଅବା ସେସବୁ କାହିଁ 

ମାଟିପୁଅ ଯାଇ ଦାଦନ ଖଟଇ। 


ଉପରମୁଣ୍ଡରେ ତୁମ ଗାଁ ବୋଲି 

ଦେଖାଇ ହେଉଛ ଆପଣା ବଳ 

ତୁମର କ୍ରୀଡ଼ା କୌତୁକ କୌତୁହଳ

ଆମ ପାଇଁ ସାଜିଥାଏ ସଦା କାଳ।


ସାଥି ସାଥି କହି ଅତି ଆପଣାର 

ମଣିଥିଲୁ ଆମେ ହେ ତୁମକୁ ଦିନେ 

ଦଗା ଦେଇ ଦେଲ ତୁମେ ହେ ବନ୍ଧୁ 

କିମ୍ପା ଏଇ ଭରା ଯୌବନେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract