STORYMIRROR

sasmita patro

Classics

3  

sasmita patro

Classics

ଯାଦୁ ର ଛଡ଼ି

ଯାଦୁ ର ଛଡ଼ି

1 min
135

ଖୋଜି ବୁଲେ ମୁ ଯାଦୁ ର ଛଡି

 ମିଳନ୍ତା କି ମୋତେ ଗୋଟେ ବାଡ଼ି।

ଦେଖିଆସିଥିଲି ଯାଦୁଗର ର କାରନାମା

 ହାତ ବାଡ଼ି ବୁଲାଇ ଆଣି ଭରିଦେଲା 

କାଗଜ ଫୁଲ ରୁ ସତ ଫୁଲ କରିଦେଲା

 କପୋତ କୁ ମୁଣା ରେ ଭରି କୁଆଡେ ଦେଲା ଛାଡି।

ମିଳିଗଲେ ମୋତେ ଏକ ଯାଦୁ ର ଛଡି

  ବୁଲି ଆସନ୍ତି ମୁଁ ସାରା ପୃଥିବୀ ଗଡ଼ିକିଗଡ଼ି।

ଦରକାର ନ ପଡ଼ନ୍ତା ଗାଡି ଘୋଡା

 ମୁକ୍ତ ଆକାଶେ ବୁଲି ଆସନ୍ତି ବିହଙ୍ଗ ଭଳି।

ଦେଖି ଆସନ୍ତି ସମୁଦ୍ର, ନଦୀ ପାହାଡ଼ ପର୍ବତ

  ଘୂରି ଆସନ୍ତି ସ୍ୱର୍ଗ ଦେଶକୁ କୈଳାସ ପର୍ବତ କୁ।

ଏ ମୋର ଯାଦୁ ର ଛଡି ତୁ ମୋତେ 

   ମିଳିବୁ କେବେ କରିଥାନ୍ତି ମୌଜ 

ଯାଦୁ ର ଛଡି ତୁ ତ ହେବୁ ମୋର ମିତ

 କରିବା ମଜା ବୁଲିବା ହସିବା ଖେଳିବା 

ଦୁଃଖ ସମସ୍ତଙ୍କର ଦୂର କରିବା

  ହସିବା ହସାଇବା ଦୁନିଆ କୁ ଖୁସିରେ ରଖିବା।


        


Rate this content
Log in

Similar oriya poem from Classics