STORYMIRROR

sasmita patro

Classics

3  

sasmita patro

Classics

ହେ କୃଷ୍ଣ !!! ହେ ରାମ

ହେ କୃଷ୍ଣ !!! ହେ ରାମ

1 min
139


 ଅଧର୍ମ ର ନାଶ କରିବାପାଇଁ

      ଯୁଗେ ଯୁଗେ ଅବତାର ରେ

ପୃଥିବୀ ରେ ଜନମ ହୋଇ

       ଭଗବାନ ଦୁଷ୍ଟ ଜଣକୁ ପରିହାର

କରି ସୁନାର ସଂସାର

       ଗଢି ସୁଖ ଶାନ୍ତି ଫେରାନ୍ତି ।

ଦ୍ୱାପର ଯୁଗରେ କଂସ

    କରୁଥିଲା ଅତ୍ୟାଚାର ଲୋକଙ୍କୁ

ତ୍ରାହି ତ୍ରାହି ଚିତ୍କାର କରି

   ନେହୁରା ହୋଇଥିଲେ ଦେବତା

ଜନସାଧାରଣ ବିଷ୍ଣୁ ଙ୍କର ପାଶେ  ଶ୍ରୀକୃଷ୍ଣ

 ଅବତାର ରେ ଜନମିଲେ ମଥୁରା ରେ

ନିପାତ କରିଥିଲେ ଅତ୍ୟାଚାରୀ କଂସଙ୍କୁ ।


ସତ୍ୟ ଯୁଗରେ ବିଷ୍ଣୁ ରାମ ଅବତାରରେ

        ଜନମି କରିଥିଲେ ସଂହାର ରାକ୍ଷସ ଙ୍କୁ

ଲଙ୍କାପତି ରାବଣ ଯେତେବେଳେ 

         କରିଥିଲେ ହରଣ ଦେବୀ ସୀତାଙ୍କୁ

ଅଶୋକ ବଟିକା ରେ ରଖି ନୀତି

         ବିବାହ ପାଇଁ କରିଥିଲେ ନିବେଦନ

ଦେବୀ ସୀତା ରକ୍ଷା କରିବା ପାଇଁ

         କରିଥିଲେ ରାମଙ୍କୁ ସ୍ମରଣ ନିଡ଼ର ହୋଇ

ଉପେକ୍ଷା କରିଥିଲେ ରାବଣର ପ୍ରସ୍ତାବ

        ହନୁମାନ ରାମଙ୍କର ପ୍ରତିନିଧି ଆସି ଜ୍ଵଳିଥିଲା

ସ୍ୱର୍ଣ୍ଣରୂପୀ ଲଙ୍କାକୁ ୟୁଧର ଆହ୍ୱାନ ଦେଇ

         ଜ୍ଵଳିଦେଇ ଥିଲା ଲଙ୍କା ସହରକୁ।


 ସେତୁ ବାନ୍ଧି ଆସି ପହଞ୍ଚିଥିଲେ ଶ୍ରୀ ରାମ

         ବାନର ସେନା ସହ ଆସି ପହଁଚିଲେ

ଲଂକାପତି କୁ ହରାଇ ଥିଲେ

       ରାଜନୀତି ଶିଖିଥିଲେ ଲକ୍ଷ୍ମଣ ତାଙ୍କରି ପାଖରୁ

ଉତ୍ତମ ରାଜା ଭାବେ ଯୁଗେ ଯୁଗେ 

         ସୁନାମ ଅର୍ଜନ କରିଥିଲେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics