STORYMIRROR

sasmita patro

Fantasy

4  

sasmita patro

Fantasy

ପ୍ରେମ ର ପରିଭାଷା

ପ୍ରେମ ର ପରିଭାଷା

1 min
330

ପ୍ରେମ ଶବ୍ଦଟି ଏକ

    ତା'ର ମର୍ମ ଅନେକ

ମାଆ ଛୁଆକୁ କୋଳେଇ

    ମୁଣ୍ଡରେ ଚୁମ୍ବନ ଦେଇ ଛାତିରେ

ଲଗେଇ ଜାବୁଡି ଧରେ

     ସେ ବାତ୍ସଲ୍ୟ ପ୍ରେମ ଯାହା

କିଛି ଆଶା କରି ନ ଥାଏ

     ନିଷ୍କାମ ମମତା ଭରିଦେଇ ଥାଏ।


ଗୁରୁ ଶିଷ୍ୟ ର ପ୍ରେମ

      ଶିକ୍ଷା ଏବଂ ଶିକ୍ଷକଙ୍କ ର

ଏକ ଘନିଷ୍ଠ ସମ୍ପର୍କ

      ଛାତ୍ର ହୋଇଥାଏ ଲାଭବାନ୍

ଉତ୍ତମ ଶିକ୍ଷା ପାଇ ନାମ ହେଲେ

     ଗୁରୁ ଏବଂ ଛାତ୍ର ଉଭୟେ ପାଆନ୍ତି ଜୟ ଗାନ।


ପ୍ରେମୀଙ୍କ ର ପ୍ରେମ ର ଗାଥା

       ଚର୍ଚ୍ଚିତ ଦୁନିଆରେ ଜାଣ

କରିଥିଲେ ନିଃସ୍ୱାର୍ଥ ପ୍ରେମ ରାଧା

    ମୀରା , ଲୈଲା-ମଜନୁ,

ଅନାରକଲି,ଆକବର

ଯୁଗେ ଯୁଗେ ଚର୍ଚ୍ଚିତ 

 ଲୋକଙ୍କର ମୁଖରେ ନାଁ ରହିଛି ମୁଖସ୍ଥ।



ପ୍ରେମ ରେ ହୋଇଥଏ

     ବନ୍ଧନ ସମସ୍ତଙ୍କର କେହି

ନ ଲୋଡ଼େ ଧନ ନ ଲୋଡ଼େ ରାଜ୍ୟ

ଟିକିଏ ମିତ କଥା କହି 

ପ୍ରେମରେ କରିବା ଆପଣାର 

       ଏକାଠି କରିବା ସଭିଜନ ।




Rate this content
Log in

Similar oriya poem from Fantasy