STORYMIRROR

sasmita patro

Abstract Inspirational

4  

sasmita patro

Abstract Inspirational

ଗୁରୁ ପୂଜୟନ୍ତୀ

ଗୁରୁ ପୂଜୟନ୍ତୀ

1 min
396


ମା ପରେ ତୁମେ ମୋ

ହାତ ଧରି ନେଲ ଆଗେଇ

ପଥ ଭ୍ରଷ୍ଟ ନ ହୋଇବା ପାଇଁ

ଦେଲ ମୋତେ ଚେତାଇ |


ଭୁଲ କାମ କଲେ ଦେଲ

ମୋତେ ଦଣ୍ଡ

ପୁଣି ଠିକ କରିବା ପାଇଁ

ଦେଲ ମୋତେ ବୁଝାଇ|


ହେ ଗୁରୁଦେବ!

ପ୍ରଣିପାତ ତୁମ ପାଦ ତଳେ

ତୁମେ ଜେ କଲ ମୋତେ

ଏକ ସୁନାଗରିକ!

ଯେତେ ବେଳେ ଶୁଣେ ମୁଁ

ମୋର ପ୍ରଶଂସା

ମନେ ପକାଇ ଥାଏ, ତୁମକୁ 

ହାତ ଧରି ଯେଉଁ ଦିଶା

ଦେଖାଇ ଥିଲ ମୋତେ

ଆଜି ସେଈ ପଥେ ଚାଲି ଚାଲି

ଗଲିଣି ମୁଁ ଅନେକ ଉଚ୍ଚକୁ

ପ୍ରଣାମ ଘେନ ମୋର

ତୁମର ଆଶୀର୍ବାଦ ଥାଉ ସଦାବେଳେ

ଗର୍ବ ର ସହ ଛାତି ତୁମର ଉଚ୍ଚା ରହୁ

ନିବେଦନ କରୁଛି ଏହି ବିଦ୍ୟାର୍ଥୀ ତୁମର |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract