STORYMIRROR

sasmita patro

Others

3  

sasmita patro

Others

ଆହେ ଚକାନୟନ

ଆହେ ଚକାନୟନ

1 min
145


ଆହେ ଚକା ନୟନ!

ଘେନ ପ୍ରଣାମ ମୋର

ତୁମରି ଆଶିଷ ଥାଉ 

ମୋ ପ୍ରତି ପ୍ରଭୁ।


ନିତି ତୁମେ ଦେଖ ମୋତେ

ଆହେ ଚକାଆଖି

ଭୁଲ୍ ଥିଲେ କ୍ଷମାକର ମୋତେ

ନିଜ ସନ୍ତାନ ଭଳି ଦେଖ 

ହେ ମହାବାହୁ !!

ତୁମ ଆଶିଷ ଥାଉ

ସଦାବେଳେ ମୋ ପ୍ରତି ।


ବିପଦ ଆସିଲେ ପ୍ରଭୁ

ମୋତେ କରିବ ଉଦ୍ଧାର

ଯେମିତି କରିଥିଲ ତୁମେ

ମୃଗିନୀକି ଉଦ୍ଧାର ।

ଏତିକି ଆଶା ରଖୁଛି

ଛାମୁ ତୁମ ପାଶେ

ଲୋଡାନାହିଁ ମୋର ଧନ

ଲୋଡାନାହିଁ ଐଶ୍ୱର୍ଯ୍ୟ 

ତୁମ ଆଶିଷ ଥାଉ

ସଦାବେଳେ ମୋ ପ୍ରତି।


 ଯଦି ମୁଁ ବାଟଭୁଲି

ପଥଭ୍ରଷ୍ଟ ହୋଇଅଛି

ଗୁରୁଜନ ଭଳି ତୁମେ 

ଧରିବ ହସ୍ତଦୁଇକୁ ମୋହର

ସିଧା ରାସ୍ତା ଦେଖାଇବ

ପ୍ରଭୁ ଏତିକି ବିନତୀ ମୋର

ତୁମ ଆଶିଷ ଥାଉ

ସଦାବେଳେ ମୋ ପ୍ରତି।



ଆହେ ଚକାନୟନ !

ଘେନ ମୋ ପ୍ରଣାମ

ତୁମ ନାମ ଜପି ଜପି

କଟିଯାଉ ଏ ଜୀବନ

ଆଉକିଛି ମୋତେ ଦରକାର ନାହିଁ

ତୁମର ଆଶୀର୍ବାଦେ 

ସୁଖେ କଟିଯାଉ

ମୋର ଜୀବନ କରୁଛି ନିବେଦନ ।













      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍