STORYMIRROR

sasmita patro

Classics

3  

sasmita patro

Classics

ବିବାହ

ବିବାହ

1 min
131


ବିବାହ ଅଟେ ଦୁଇ 

      ଆତ୍ମାର ମିଳନ

ପୁରୁଷ ଓ ନାରୀଙ୍କର

      ଜୁଗଳ ବନ୍ଧନ।


ବିବାହର ଅଛି

     ଭିନ୍ନ ଭିନ୍ନ ପ୍ରକାରର

ଗନ୍ଧର୍ବ ବିବାହ ଯେ

     ପ୍ରାଚୀନେ ଥିଲା  

ଲୁଚି ଲୁଚି ବିବାହ 

     କରୁଥିଲେ ଜନସାଧାରଣ।


ରାଜକୁମାରୀ ଯେ ମନେ ମନେ

      କରନ୍ତି ଏକ ବୀର ରାଜକୁମାର

ସହ ମନ ମିଳନ ସ୍ବୀକାର୍ନ୍ତି

     ତାଙ୍କୁ ନିଜ ଜୀବନ ସାଥି ରୂପେ 

ସ୍ଵୟମ୍ବର ରେ ପିନ୍ଧନ୍ତି 

     ଫୁଲମାଳ ଚିରଦିନ ପାଇଁ ହୁଅନ୍ତି 

ସଙ୍ଗିନୀ ଜୀବନ ସଙ୍ଗିନୀ ।


ଆଜିକାଲି ଯୁଗ ଯାଇଛି ବଦଳି

     ପାଶ୍ଚାତ୍ୟ ସଭ୍ୟତାର ଅନୁକଳନରେ

ପୁରୁଷ ସ୍ତ୍ରୀ ମିଶି ରୁହନ୍ତି ଏକ ଘରେ

       ମନ ମିଶିବା ପର୍ଯ୍ୟନ୍ତ ମନ ମିଶିଲେ

ବାପା ମା ଙ୍କୁ କହି ବିବାହ ବନ୍ଧନରେ

        ବାନ୍ଧି ହୁଅନ୍ତି ସାରା ଜୀବନ ପାଇଁ।


ବିବାହ ଦୁଇ ପରିବାରର ମିଳନ

        ଏଠି ତ୍ୟାଗ, ସହନଶିଳତା ଧର୍ଯ୍ୟର ହୁଏ

ପରାକାଷ୍ଠା ସହିବାକୁ ହୁଏ

          ହାତେ ମାପି ଚାଖଣ୍ଡେ ଚାଲିବାକୁ ହୁଏ

ତେବେ ଯାଇ ବୈବାହିକ ଜୀବନ

          ସୁଖ ଶାନ୍ତିରେ କଟିଯାଇଥାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics