STORYMIRROR

Pt.Abhaya Kumar Tripathy Sharma

Abstract Classics

4  

Pt.Abhaya Kumar Tripathy Sharma

Abstract Classics

ବସନ୍ତ ବର୍ଣ୍ଣାଳି

ବସନ୍ତ ବର୍ଣ୍ଣାଳି

1 min
367


ବିଭାବରୀ ଋତୁରାଜେ ସେ ଚ୍ୟୁତ ବକୁଳ କୁଞ୍ଜେ

ବସନ୍ତେ ବସନ୍ତ ବସନ୍ତିରେ,

ପଞ୍ଚମ ତାନେ କୋକିଳ ଗାନେ ରତ ଅନାବିଳ

ପ୍ରୀତିରେ ବାନ୍ଧନ୍ତି ପ୍ରେମଡୋରେ ଯେ,

ପଞ୍ଚସର,

ଧନୁ ଧରିଅଛି ପୁଷ୍ପକର,

ପ୍ରେମଭରେ ଜଗତ ଆତୁର,

ନବାଙ୍କୁର କିଶଳୟ ମତ୍ତ ପ୍ରବାହେ ମଳୟ

ନିର୍ଝର ଝରେ ଅମୃତର ଯେ ll1ll

ମୁଣ୍ଡିତ ପାଦପରାଜି ନବ ପଲ୍ଲବରେ ସାଜି

ହରିତ ଶୋଭାରେ ପୂର୍ଣ୍ଣ ରଞ୍ଜି,

ଶୁକ ପିକ ଶାରୀ ଯେତେ ହଂସ କୋକିଳ ସମେତେ

ଆହ୍ଲାଦିତ ସୁବସନ୍ତେ ମଜ୍ଜି ଯେ,

ସୁବାସରେ,

କିଂଶୁକ ପୁଷ୍ପ ରୂପ ଶୋଭାରେ,

ଶୋଭିତ ଧରାରାଣୀ ଗଭାରେ,

ପୂରି ଦିଗ୍ବଳୟରେ କଳରବ କାକଳିରେ

ସତେ ଦୁନ୍ଦୁଭିନାଦ ନଭରେ ଯେ ll2ll

ଜଗତେ ମୋହିତ ସର୍ବେ ଋତୁରାଜର ବିଭବେ

ଈର୍ଷାନ୍ଵିତ ବ୍ରହ୍ମଚାରୀ ଭବେ,

ମନ୍ଦମଳୟଟି ଯେଣୁ ଉଡୁଅଛି ପୁଷ୍ପରେଣୁ

ସୁଗନ୍ଧେ ପୂରିତ ବାୟୁ ଲବେ ଯେ,

ଦିବାକର,

ନକରେ ପ୍ରଖର କର ତା'ର,

ଅବଦମିତ ହିମ କାକର,

ଅପରୂପ ଶୋଭାରାଜୀ ଦୂର ଦିଗ୍ବଳୟେ ସାଜି

ସୁଖ ଲଭନ୍ତି ସର୍ବେ ନିକର ଯେ ll3ll



Rate this content
Log in

Similar oriya poem from Abstract