STORYMIRROR

Suresh chandra Padhy

Classics

4  

Suresh chandra Padhy

Classics

ବାହୁଡା଼ ଯାତ୍ରା

ବାହୁଡା଼ ଯାତ୍ରା

1 min
243


ବାହୁଡା଼ ଯାତ ରେ ବାହୁଡ଼ିବ ତୁମେ

     ଗୁଣ୍ଡିଚା ମନ୍ଦିରୁ ଶିରି ମନ୍ଦିରକୁ

ସଂସାର ସାଗରୁ ବାହୁଡ଼ି ଯିବି ମୁଁ,

      ଦେହ ଯିବ ମଶାଣୀକୁ l


ନଅ ଦିନ ପାଇଁ ଆସିବସି ଥିଲ

      ତୁମ ଗୁପ୍ତ ବୃନ୍ଦାବନ

ନବ ଦ୍ୱାର ଦେହରେ ରହିଥିଲି ମୁଁ

       ପାଇ ମଣିଷ ଜୀବନ l


ଦଶମୀ ତିଥିରେ ଝୁଲି ଝୁଲି ଯିବ

       ନନ୍ଦୀଘୋଷ ରଥକୁ

ଦଶ ଇନ୍ଦ୍ରିୟ ମୋ ଅଚଳ ହୋଇବ

      ଟେକି ନେବେ କୋକେଇକୁ l


ଜନମ ବେଦୀ ରେ ତୁମେ ଲୀଳା କଲ

        ଭକତଙ୍କ ସଙ୍ଗେ ରହି

ଜନ୍ମ ହେଲା ଦିନୁ ମାୟା ରେ ପଡିଲି

        ବିକାର କୁ ହୃଦେ ବହି l


ଭକ୍ତ ମୁଖେ ହରିବୋଲ ଶୁଣିଫେରି ଯିବ

        ତୁମ ବଡ଼ ଦେଉଳକୁ

ଶବ ଗଲା ବେଳେ ହରିବୋଲ ଥିବ

        ଛାଡି ଯିବି ସଭିଙ୍କୁ ll


Rate this content
Log in

Similar oriya poem from Classics