STORYMIRROR

Nrusingha Narayan Tripathy

Classics Others

4  

Nrusingha Narayan Tripathy

Classics Others

ସ୍ୱାଧୀନତାର ଅମୃତ ମହୋତ୍ସବ

ସ୍ୱାଧୀନତାର ଅମୃତ ମହୋତ୍ସବ

1 min
405


ଉତ୍ସବ ମୁଖର        ସହର ନଗର

      ଦେଶବାସୀ କରେ ଗର୍ବ 

ବର୍ଷ ପଞ୍ଚସ୍ତରୀ      ଯାଇଛି ଯେ ପୁରି

      ସ୍ୱାଧୀନତା ମହୋତ୍ସବ ll


ତ୍ରିରଙ୍ଗା ଉଡୁଛି        ସ୍ମୃତି ବଖାଣୁଛି

        ପରିଭାଷା ଵୀରତ୍ୱର 

ଏକତା ମନ୍ତ୍ରର         କରୁଛି ପ୍ରଚାର

        ସ୍ମାରକୀ ଆମ ଦେଶର ll


ସତ୍ୟ ଶାନ୍ତି ଭରା       ଦେଶ ପରମ୍ପରା

        ସଭିଏଁ ଭଉଣୀ ଭାଇ

ପ୍ରଗତି ପଥରେ        ଭାତୃତ୍ୱ ଭାବରେ

       ଅଗ୍ରସର ଏକ ହୋଇ ll


ସ୍ୱାଧୀନ ଦେଶର      ଆମେଯେ ନାଗର

        ଭାରତର ଗାଥା କହି 

ଦେଶ ମାତୃକାର       ସେବା ଓ ଭକ୍ତିର

        ଭାବନାର ପର୍ବ ଏହି ll


ଦେଶର ସେବକ       ନରେନ୍ଦ୍ର ମୋଦିଙ୍କ

       ଜାତୀୟତା ଆହ୍ୱାନରେ

ଉତ୍ସବ ଅମୃତ          ସରାଗେ ପାଳିତ

       ଜୟହିନ୍ଦ ସ୍ଲୋଗାନରେ ll


ଦେଶର ସୈନିକ         ଅସ୍ତ୍ରରେ ନିର୍ଭିକ

         ମାତୃଭୂମି ସୁରକ୍ଷିତ

ସହୀଦଙ୍କ ପାଇଁ          ଶ୍ରଦ୍ଧାଞ୍ଜଳି ଦେଇ

       ସ୍ମୃତିରେ ଗାଅ ସଂଗୀତ ll


କୃଷକ ଶ୍ରମିକ            ବଣିକ ଶିକ୍ଷକ

        ଧନ୍ୟ ଦେଶ ବୈଜ୍ଞାନିକ

ତୁମରି ସେବାର          ମୂଲ୍ୟ ପ୍ରକାଶର

         ପରବ ଜୟ ସେବକ ll


ଜାତୀୟ ଏକତା          ପ୍ରକାଶେ ବାରତା

         ଉଦ୍ଦେଶ୍ୟ ଯେ ଉତ୍ସବର

ମାତୃଭୂମି ସେବା          ଉତ୍ସାହେ କରିବା

         ଶିଖିବା ସ୍ୱାର୍ଥ ତ୍ୟାଗର ll


କରିବା  ସ୍ମରଣ        ଗାଥା ବଳିଦାନ

        ଦେଶଭକ୍ତ  ଭାଗ୍ୟବାନ

ତାଙ୍କ  ଆଦର୍ଶରେ       ଗଢି ବ୍ୟକ୍ତିତ୍ୱରେ

        ରଖିବା ଦେଶ ସମ୍ମାନ ll


ଗର୍ବରେ  କହିବା        ଶ୍ରଦ୍ଧାରେ କହିବା

        ଭାରତ ମାତାକି ଜୟ

ମାତୃଭୂମି  ସେବା       ପାଇଁ ମନ ଦେବା

         ଭାରତର ହେଉ ଜୟ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics