STORYMIRROR

Prasant Nath

Classics

4  

Prasant Nath

Classics

ଯୌଥ ପରିବାର

ଯୌଥ ପରିବାର

1 min
256


ଯୌଥ ପରିବାର ଖଣ୍ଡ ଖଣ୍ଡ ଆଜି

  ଦିଶୁନାହିଁ ପରିବାର

ସର୍ଵେ ଏକ ଏକ ଗୃହ ଖଣ୍ଡେ ତୋଳି

   ଚଳୁଛନ୍ତି ସମାଜର। 


ବାପା ପାଖେ ଆଜି ପୁଅ ଵୋହୂ ନାହିଁ

   ଘରଠାରୁ ବହୁ ଦୂରେ

ଯୌଥ ପରିବାର ଶୂନ୍ୟ ହୋଇଅଛି

   ଗାଆଁ ଗଣ୍ଡା ସହରରେ। 


ପରିବାର ମଧ୍ୟେ ନାହିଁ ତ ଏକତା

  ଶିକ୍ଷା ସଂସ୍କାର ତ ବ୍ୟଥା

ମିଳୁ ନାହିଁ ଆଉ ପରିବାର ମଧ୍ୟେ

   ଜୀଵନର ହିତ କଥା। 


ସଂସ୍କାର ଚଳନି ମୂଳ ପରିବାର

  ପରିବାର ଆଜି ଶୂନ୍ୟ

ଯୌଥ ପରିବାର କାହୁଁ ଵା ମିଳିବ

  ଭାଇ ଭାଇ ପ୍ରତି ଘୃନ୍ୟ। 


ଛୋଟ ଶିଶୁ ଆଜି ଦେଖିପାରୁ ନାହିଁ

   ଯୌଥ ପରିବାର ରୀତି

ପାଇ ପାରୁନାହିଁ ପରିବାର ସାଥେ

  ସ୍ନେହ ଶ୍ରଦ୍ଧା ଭାବ ପ୍ରିତି। 


ଅଭାବ ରହୁଛି ସଂସ୍କାରର ନୀତି

   ଯୌଥ ପରିବାର ନାହିଁ

ଅଵାଟରେ ଆଜି ଯାଉଛି ମଣିଷ

   ପରିଵାର ସାଥେ ନାହିଁ।


ସେ କାହୁଁ ଜାଣିବ ଘର ପରିବାର

  ଘରର ମୁରବି କଥା

କାହାଣୀ ପରିକା ଲାଗୁଛି ମନକୁ

   ସଂସାର ପାଇଁ ସେ ବ୍ୟଥା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics