STORYMIRROR

Suresh chandra Padhy

Classics

4  

Suresh chandra Padhy

Classics

ମଶାଣୀ ଜୁଇ

ମଶାଣୀ ଜୁଇ

1 min
279


ମଶାଣୀ ଜୁଇ ମୋର ଶେଷ ଠିକଣା

କାଳିଆ ରେ ଦେ ଟିକେ ତୋର କରୁଣା

ଦୁଇ ଦିନ ଏଇ ମଣିଷ ଜୀବନ

ଧନ ଯଉବନ ସବୁ ଅଢେଇ ଦିନ

ଲୋଭ ମାୟାରେ ଭରିଛି ସଂସାର

କେହି ନୁହେଁ ଏଠି ଅତି ଆପଣାର ।


ଦୁନିଆ ଦାଣ୍ଡରେ ମୁଁ ହୁଏ ବାଟବଣା

କାଳିଆ ରେ ଦେ ଟିକେ ତୋର କରୁଣା ।।


ଛଅ ଖଣ୍ଡ କାଠ ରେ ଦେହ ଜଳିବ

ସବୁ ଅଭିମାନ ଭାଙ୍ଗି ଚୁନା ହେବ

ସବୁ ଛାଡି ଦିନେ ଜୀବ ଚାଲି ଯିବ

ବନ୍ଧୁ ସଖା କେହି ସାଥେ ନ ଯିବ ।


ହସି ହସି ଚାଲି ଯିବି ଶୁଭୁ ଥିବ କାନ୍ଦଣା

କାଳିଆ ରେ ଦେ ଟିକେ ତୋର କରୁଣା ।।


ଆଶା ସାଗର କୂଳେ ନୀତି ଘୁରି ବୁଲେ

ଆଶାର କେବେ ଅନ୍ତ ହୋଇ ନ ପାରେ

ତୋ ବିନା ଆଉ କିଏ ହେବ ନିଜର

ଅଶାନ୍ତି ରେ ଭରା ଜୀବନ ମୋର ।


ତୋତେ ଝୁରୁ ଅଛି ପଡି ମୋ ଅଗଣା

କାଳିଆ ରେ ଦେ ଟିକେ ତୋର କରୁଣା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics