STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ସୀତା

ସୀତା

1 min
383


କର୍ତ୍ତବ୍ୟର ଲକ୍ଷ୍ମଣରେଖା

ସତୀତ୍ବର ଅଗ୍ନିପରୀକ୍ଷା

ଗୃହସ୍ଥିର ଚଉହଦୀରେ

ଆଜି ବି ପଡିଛି ବନ୍ଧା

ମୋହର ଅସ୍ତିତ୍ବ ଅସ୍ମିତା

କେବେ ମୁଁ ଅଗ୍ନିସ୍ନାତା

କେବେ ପୁଣି ଭୂମିଗତା

ତଥାପି ରହିଛି ଜୀବିତା

ମୁଁ ସତୀ ମୁଁ ସୀତା।

ବାରମ୍ବାର ପରୀକ୍ଷିତା

ସମୟର କଷଟିରେ

ମୋହର ପବିତ୍ରତା

କେବେ ପ୍ରଥାର ଛଳରେ

କେବେ କଥାର ଆଳରେ

ତଥାପି ଚାଲିଛି ପରୀକ୍ଷା

ପ୍ରତି ମୂହୁର୍ତ୍ତରେ।

ପରୀକ୍ଷାରେ ଅବତୀର୍ଣ୍ଣ ହୋଇ

ସଦା ଉତ୍ତୀର୍ଣ୍ଣ ହେବା କାଳେ

ମୋ ଜନ୍ମର ସାର୍ଥକତା

ତଥାପି ବଦଳି ପାରିନି

ଏଇ ପୁରୁଷ ପ୍ରଧାନ ସମାଜର

କୁତ୍ସିତ ଘୃଣ୍ୟ ମାନସିକତା।

ଦୁନିଆର ସବୁରି ନିୟମ

କେବଳ ହିଁ ନାରୀ ପାଇଁ

ପୁରୁଷ ତ ନ୍ୟାୟବନ୍ତ

ନ୍ଯାୟଧୀଶ ନ୍ୟାୟଦାତା

ଅନ୍ଧାରୀ ଅଦାଲତର

ଏକପାଖିଆ ଶୁଣାଣୀରେ।

ବିଧିର ବିଡମ୍ବନା ଅବା

ବାଧ୍ୟବାଧକତା ଏଇ ସଂସାରରେ

ସଭିଏଁ ସହିଯାଆନ୍ତି

ଅପମାନର ଗରଳ

ମୋ ପରି ନିଶ୍ଚୁପରେ

ପତିବ୍ରତା ଧର୍ମ ପାଳନରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract