STORYMIRROR

Subham Sahu

Classics Others

4  

Subham Sahu

Classics Others

ଦଶଭୂଜା

ଦଶଭୂଜା

1 min
218

ମା ତୁମ୍ଭର ଏ ଅପାର କରୁଣା

ଧରାରେ ଦେଇଛ ଢାଳି,

ଅଦ୍ୟ ଜଗତ ଝୁରୁଛି ତୁମକୁ

ମାନବ ହେଉଛି ଭାଳି l


ମହିଷାମର୍ଦ୍ଦିନୀ ଦଶଭୂଜା ହୋଇ

ମହିଷାକୁ ଦେଲ ତଡ଼ି,

କଳିଯୁଗର ଏ ରାକ୍ଷସ ମାନଙ୍କୁ

ହସ୍ତରେ ଦିଅ ବିତାଡି l


କାଳିକା ହୋଇଣ ଅଧର୍ମ ନାଶିଲ

ଗଳାରେ ପିନ୍ଧିଣ ମାଳା,

ଧର୍ମରେ ଥାଇଣ କାନ୍ଦୁଛନ୍ତି ଆଜି

ଜଗତର ଶ୍ରେଷ୍ଠ ବାଳା l


ମହାଲକ୍ଷ୍ମୀ ହୋଇ ଧନକୁ ଦେଇଣ

ଜଗତକୁ କଲ ଧନୀ,

ଧନୀଲୋକ ଆଜି ହସନ୍ତି ରାଇଜେ

କାନ୍ଦୁଛନ୍ତି ଶ୍ରେଷ୍ଠ ଜ୍ଞାନୀ l


ତାରିଣୀ ହୋଇଣ ତାରିଦେଲ ଦୁଃଖ

ଦୁଃଖୀ ହେଉଛନ୍ତି ସୁଖୀ,

ସୁଖୀଲୋକ ହୋଇ ମିଛରେ କହନ୍ତି

ଜୀବନ ଅଟେ ମୋ ଦୁଃଖୀ l


ମଙ୍ଗଳା ହୋଇଣ ମଙ୍ଗଳ କରିଲ

ପାଇଲ ସବୁଠି ପୂଜା,

ନତମସ୍ତକେ ମୁଁ ପୂଜୁଛି ତୁମକୁ

ଦୁଃଖ ଶୁଣ ଦଶଭୂଜା l



Rate this content
Log in

Similar oriya poem from Classics