Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Classics Inspirational Others

4  

ବି. ନିରୁପମା

Classics Inspirational Others

ଭୋଗୁଥିବେ ଶ୍ୟାମ କଷ୍ଟ

ଭୋଗୁଥିବେ ଶ୍ୟାମ କଷ୍ଟ

1 min
202



ଏ ନିଦାଘ କାଳେ ତୁମେ ସିନା ସଖି

ସେବା କରୁଅଛ ମୋର,

ତାପିତ ଦେହକୁ ଶୀତଳ କରୁଛ

କରି ନାନା ଉପଚାର ।


ଶୀତଳ ଜଳରେ ଚନ୍ଦନକୁ ଘୋରି

ମୋ ଅଙ୍ଗେ ଦେଉଛ ବୋଳି,

ପାଶେ ରହି ପୁଣି ବିଞ୍ଚି ଦେଉଅଛ

ସଦା ହାତପଙ୍ଖା ଚାଳି ।


ପଦୁଅଁ ପତରେ ଶେଯ କରୁଅଛ

କମିବାକୁ ଦେହ ତାପ,

ମୋ କୃଷ୍ଣଙ୍କ କଥା ଭାଳି ଭାଳି କିନ୍ତୁ

ବଢ଼େ ମାନସିକ ଚାପ ।


ଏ ଘୋର ଗ୍ରୀଷମେ ଶ୍ୟାମ ଯାଉଥିବେ

ବନେ ଗୋରୁପଲ ଘେନି,

ଦେହୁ ଶ୍ରମଝାଳ ବୋହି ଯାଉଥିବ

ଚଳୁଥିବେ ଭାଇ ବେନି ।


ବନେ ଏଠି ସେଠି ଘୂରି ବୁଲି କେତେ

ଭୋଗୁଥିବେ ଶ୍ୟାମ କଷ୍ଟ,

ମୁଁ ଏଠି ତୁମରି ସେବା ଲଭି ସଖି

ସମୟ କରୁଛି ନଷ୍ଟ ।


ଆଣିଦିଅ କିଏ ମୋ ଚିତ୍ତଚୋରଙ୍କୁ

କରିବି ମୁଁ ତାଙ୍କ ସେବା,

ତାପିତ ଶରୀର ଶୀତଳ ହୋଇବ

ମୋ ଅଙ୍ଗ ପରଶେ ଅବା ।


ପଣତରେ ତାଙ୍କ ଅଙ୍ଗୁ ଝାଳ ପୋଛି

ଚରଣେ ପଡ଼ିବି ଲୋଟି,

ଯେଉଁଥିରେ ତାଙ୍କ ମନ ତୋଷ ହେବ

କରିବି ତା' ଗୋଟି ଗୋଟି ।




Rate this content
Log in

Similar oriya poem from Classics