STORYMIRROR

Nihar ପ୍ରତିକ୍ଷିତ ନାୟିକା

Abstract Classics Inspirational

4  

Nihar ପ୍ରତିକ୍ଷିତ ନାୟିକା

Abstract Classics Inspirational

ମୋ ଆତ୍ମାର ସାରଥି

ମୋ ଆତ୍ମାର ସାରଥି

2 mins
270


ହେ କୃଷ୍ଣ ହୁଅ ମୋ ଆତ୍ମାର ସାରଥୀ

ଷଡ଼ ରିପୁରେ ପୂର୍ଣ୍ଣ ଏ ଶରୀର

କରୁଛି ଶତ୍ରୁ ପରି ବ୍ୟବହାର

ମୋହ ମାୟା ଇର୍ଷା ରାଗ ଦ୍ୱେଷ ହିଂସା

ଆକ୍ରମଣ କରୁଛି ଘନ ଘନ

ଆତ୍ମା ମନ ମୋ ଲହୁ ଲୁହାଣ

ଆତ୍ମା ମୁକ୍ତିର ମହାଭାରତେ

ଭୀଷ୍ମପରି ଦୁନିଆର ମୋହ ମାୟା କରିଛି ଆବୃତ

ପରସ୍ତ ପରସ୍ତ ମୋହ ଗ୍ରାସିଛି ପବିତ୍ର ମନକୁ ମୋର

ହେ ଦିବ୍ୟ ଚେତନା ହେ ମୋହନ ମୁରାରୀ

ଦିଅ ଫୁଙ୍କି ଥରେ ତୁମ ସେଇ ବଂଶୀ

ହଟୁ ମୋ ମନୁ ଏ ମାୟା ବନ୍ଧନ

ଦ୍ରୋଣ, କର୍ଣ୍ଣ ପରି ହିଂସା ମାଡି ବସିଛି ମୋ ହୃଦୟେ

ଅପରାଜେୟ ସେ ଶତ୍ରୁ ହାତେ ବନ୍ଦୀ ମୁଁ ନିରୀହ

ଫିଟାଅ ଫିଟାଅ ବନ୍ଧନ ହେ ଗିରି ଗୋବର୍ଦ୍ଧନ ଟେକା

ହେ କାଳିଆ ଦର୍ପ ଗଞ୍ଜନ ହେ ରାଧା ରମଣ

ସପ୍ତ ମହାରଥୀ ପରି ଇର୍ଷା ରାଗ ଦ୍ୱେଷ

ଘେରିଛି ମୋତେ ଜୀବନର ଏଇ କୁରୁକ୍ଷେତ୍ରେ

ମୁଁ ଅସହାୟ ଅଭିମନ୍ୟୁ

ମୁକୁଳି ପାରୁନି ଷଡ଼ଯନ୍ତ୍ରର ଚକ୍ରବ୍ୟୁହ

ବେଳୁ ବେଳ ରକ୍ତାକ୍ତ ମୋ କାୟା

ହେ ଭକ୍ତ ବସ୍ରଳ ଉଦ୍ଧର ଉଦ୍ଧର ହେ ଚକ୍ରଧର 

ଆତ୍ମା ମୋ ବିକଳେ କରୁଛି ଚିତ୍କାର

କଞ୍ଚାକାଷ୍ଟ ପ୍ରାୟେ ମୋ ମନ ଉଦ୍ରେକ ହୁଏନା ଜ୍ଞାନ

ହେ କୃଷ୍ଣ ହେ ସଖା ମୋର

ଦିଅ ମୋତେ ଦିବ୍ୟ ଗିତା ଜ୍ଞାନ

ଅର୍ଜୁନ ଭାବି ଦୟା କର ହେ ମାଧବ

ଦିଅ ଥରେ ଦର୍ଶନ ଧନ୍ୟ ହେଉ ଏ ଜୀବନ

ଦିଅ ସେଇ ଗୁଢ ତତ୍ୱ ଦମନ କରୁ ମୋ ଗାଣ୍ଡୀବ ଶତ୍ରୁକୁଳ

ଦୟା କ୍ଷମା ଧର୍ମ ଦାନ ପ୍ରେମ କରୁଣା

ସ୍ଥାପିତ ହେଉ ଏ ମନେ ସ୍ଥାପିତ ହେଉ ଏ ସଂସାରେ

ଯୁଗେ ଯୁଗେ ଆସ ତୁମେ ହେ ଯଶୋଦା ନନ୍ଦନ

ନାଶିବାକୁ ଅଧର୍ମ ଅନ୍ୟାୟ ଅତ୍ୟାଚାର

ପାଞ୍ଚଜନ୍ୟ ଶଙ୍ଖ ନାଦେ କମ୍ପି ଉଠୁ ମହିମଣ୍ଡଳ ।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract