Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nihar ପ୍ରତିକ୍ଷିତ ନାୟିକା

Abstract Romance Others

4  

Nihar ପ୍ରତିକ୍ଷିତ ନାୟିକା

Abstract Romance Others

ରଙ୍ଗୀନ ମନ

ରଙ୍ଗୀନ ମନ

1 min
340



ରଙ୍ଗୀନ ମନରେ    ଲାଗି ପ୍ରୀତି ଛିଟା

        ଉଡେ ଦୂର ନୀଳ ନଭେ, 

ଭାବନା ଆକାଶେ     ଇନ୍ଦ୍ରଧନୁ ଛଟା

        ବିଛୁରି ପଡ଼ି଼ଛି ଭବେ l


ଦୂର ସୁମ ବଣ     ମହକି ଉଠିଛି

       କୁସୁମିତ ପୁଷ୍ପ ମେଳେ,

ମୋ ମନ କାନନ  ଉଲ୍ଲସି ଉଠୁଛି

     ତୁମ ପ୍ରୀତି ପୁଷ୍ପ ଦଳେ l


ପୂରୁବ ଆକାଶ    ସୁନେଲି ବୁଣୁଛି    

      ପ୍ରବେଶେ ପହିଲି ଉଷା, 

ହୃଦୟ ମନ୍ଦିର        ଝଲସି ଉଠୁଛି

       ତୁମରି ଦର୍ଶନ ନିଶା l

       

ମନ ରହୁ ନାହିଁ        ମନର ବଶରେ

         ତୁମରି ସାନିଧ୍ୟ ଲଭି,

ହୃଦୟ ସ୍ପନ୍ଦନ         ବଢୁଛି ନୀରବେ

          ଶୁଣିଣ କଥନ ସଭି l


ଶତ ପ୍ରତିକ୍ଷିତ        ମୁହୂର୍ତ୍ତ ବଳୟେ

       ହସେ ହୃଦ ନୀଳ ଜଳେ, 

ଏଇ ଶୁଭ ବେଳେ     ମନର ଆଳୟେ

       ସହସ୍ର ଦୀପାଳି ଜଳେ l


ସୁମନ ସୁରଭି       ସୌରଭ ଶ୍ୱାସର

      ବିଭୋର କରୁଛି ମନ ,

ବନ୍ଧନ ଯେସନ      କୁସୁମେ ଭ୍ରମର

      ତୁମ ସଙ୍ଗେ ଛନ୍ଦା ପ୍ରାଣ l


ଶତ ଯୁଗ ତପ      ପ୍ରାପତ ହୋଇଛି

       ତୁମ ପ୍ରେମ ପାଇ ସତେ,

ଶାଶ୍ୱତ ବନ୍ଧନେ      ଆତ୍ମାକୁ ବାନ୍ଧିଛି

        ଶକ୍ତ ପ୍ରୀତି ରଜ୍ଜୁ ସାଥେ l


ଯେତେ ଦୂରେ ଥିଲେ    ଅନୁଭବେ ପ୍ରାଣେ

        ଯେସନେ ଶରୀରେ ଆତ୍ମା,

ବସା ବାନ୍ଧି ଅଛ           ପ୍ରାଣର ପ୍ରାଙ୍ଗଣେ

          ଭିନ୍ନ କାୟା ଏକ ଆତ୍ମା ।


Rate this content
Log in

Similar oriya poem from Abstract