STORYMIRROR

Nihar ପ୍ରତିକ୍ଷିତ ନାୟିକା

Abstract Romance Others

4  

Nihar ପ୍ରତିକ୍ଷିତ ନାୟିକା

Abstract Romance Others

ସ୍ମୃତି ଦିଏ ଅନେକ ଯନ୍ତ୍ରଣା

ସ୍ମୃତି ଦିଏ ଅନେକ ଯନ୍ତ୍ରଣା

1 min
248

ବସି ଥାଅ ସେମିତି ସେ

ବୁଢା ବରଗଛ ତଳେ ବୁଢାଟେ ପରି 

ସ୍ମୃତିର ଟୋକେଇ ମୁଣ୍ଡେଇ 

ଏମିତି ଜାଳିବାରେ ଯଦି ଶାନ୍ତି ପାଉଛ

ଆହୁରି କିଛି ଦରଦ ଭେଟି ଦେଇ ଦିଅ 

ଏମିତି ଯଦି ଦୁରେଇ ଯିବାରେ ଖୁସି ପାଉଛ

ମୋ ଗାଁ କୁ ଆହୁରି ତୁମ ଗାଁ ଠୁ ଦୁରେଇ ଦେବି ।


ବସି ଥାଅ ବୁଢାଟେ ପରି ସର୍ବସ୍ୱ ହରେଇ 

ଆଞ୍ଜୁଳା ଆଞ୍ଜୁଳା ନୁହଁ, ସାଗରେ 

ଭଲପାଇବା ଅଜାଡି ଦେଇ ଥିଲି ତୁମ ପାଦ ତଳେ 

ହେଲେ ନିଜ ଆତ୍ମବଡିମା ଠୁ ଟିକେ ତଳକୁ 

ଓହ୍ଲେଇବା ପାଇଁ ନାରାଜ ତୁମ ଅବୁଝା ମନକୁ 

କେମିତି ବା ବୁଝେଇ ପାରିବି

ସତ କହିବାକୁ ଗଲେ ଆଉ ଇଛାବି ନାହିଁ ବୁଝେଇବାକୁ ।


ତୁମ ମୋ ଭିତରେ ଥିବା କାଚର କାନ୍ଥକୁ 

ମୁଁ ପଥରରେ ତିଆରି ଦେବି 

ଚାହିଁଲେ ବି ଆଉ ତୁମେ 

ଦେଖିପରିବନି ମୋତେ ନା ମୁଁ ତୁମକୁ 

ରାଜି ତ ଏଇ ସର୍ତ୍ତରେ 

ବସିଥିବ ଅବହେଳିତ ହୋଇ 

ଭର୍ତ୍ସନା କରିବ ମନ ଭରି ମୋତେ 

ଶୁଣି ନେବି ଚୁପ ଚାପ ଯେମିତି 

ତୁମ ପ୍ରେମପୂର୍ଣ୍ଣ କଥା ଶୁଣି କୁରୁଳି ଉଠୁଥିଲି 

ଆଉ ବେଶୀ ଭଲପାଇବସି ଥିଲି 

ଆଉ ଏବେ ହୁଏତ ଟିକେ ନା ନା ବେଶୀ 

ତୁମକୁ ଘୃଣାକରି ବସିବି ।


ଧେତ ତୁମେ ଯେତେ ଭର୍ତ୍ସନା କଲେ ବି 

ଏଇ ତୁମ ପ୍ରତି ଭଲପାଇବା 

କଣ କମେଇ ପାରିଛି 

ନା ଘୃଣା କରିପାରିଛି 

ଏଇଟା ଆଜିର ତ ନୁହଁ ଏମିତି କେତେଥର କର 

ହେଲେ କାହିଁକି ଭୁଲି ଯାଏ ତୁମର ସେ କଟୁକ୍ତି 

କାହିଁକି ପୁଣି ଫେରେ ଏଇ ପାଦ ସେ ପୁରୁଣା ଗଲିକୁ 

କାହିଁକି ଝୁରି ହୁଏ ଏ ହୃଦୟ ତୁମକୁ 

ଜାଣିନି ଏ ପ୍ରଶ୍ନର ଉତ୍ତର ଜାଣିନି ମୁଁ ନିଜକୁ ବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract