STORYMIRROR

Nihar ପ୍ରତିକ୍ଷିତ ନାୟିକା

Romance Others

3  

Nihar ପ୍ରତିକ୍ଷିତ ନାୟିକା

Romance Others

ଲୋଡ଼ା ନାହିଁ ଚାନ୍ଦ ତାରା

ଲୋଡ଼ା ନାହିଁ ଚାନ୍ଦ ତାରା

1 min
855


ସତ କୁହ ମୋତେ      ପାଉଛ ଭଲ ଗୋ

       ମଥା ମୋର ଛୁଇଁ କେତେ,

ଟିକିଏ କଥାରେ      ରାଗୁଛ କେତେ ଗୋ

       ମୁଁ କି ନୁହଁ ଭଲ ଏତେ ll

ମାଗୁନି ତୁମକୁ      ହୀରା ନୀଳା ମୋତି

        ଆକାଶର ଚାନ୍ଦ ତାରା, 

ମାଗୁଛି ଏତିକି       କରି  ନିଅ ସାଥି

       ରହିବି ଜୀବନ ସାରା ll

ହୃଦୟ ଦେଇଛି     ଭଲ ମୁଁ ପାଇଛି

       କରିନି ଛଳନା କେବେ, 

ଆକାଶ ପୃଥିବୀ    ସାକ୍ଷୀ ମୁଁ ରଖୁଛି

    ସତ୍ୟ ପ୍ରେମେ ବନ୍ଧା ସେବେll

ଦୂର ନୀଳ ନଭେ      ଭାସୁଛି ବଉଦ

        ଆଶାର ବରଷା ନେଇ,

ମୋ ମନ ସାଗରେ    ଭାସୁଛି ବିଷାଦ

        ତୁମେ କିଆଁ ବୁଝ ନାହିଁ ll

ମୁଁ ଅଳକାନନ୍ଦା     ତୁମେ ମୋ ଈଶାନ

      ମୋର ହୃଦେ ତୁମ ସ୍ଥାନ,

ବହୁ ଥିବି ମୁହିଁ        ଅଙ୍ଗ ଛୁଇଁ ଛୁଇଁ

       ସେଇ ମୋ ପରମ ଧାମ ll

ଶୁଣି ଯାଅ ଥରେ        ଚାନ୍ଦିନୀ ରାତିରେ

           ହୃଦ ଡାକେ ବ୍ୟାକୁଳେ,

ଉଠେ ଉର୍ମି ମାଳା      ସାଗର ବେଳାରେ

         ମନର ଗୁପ୍ତ ଆଳୟେ ।।


ମୋ ଗଳାର ମାଳି    ମୋ ଜୀବନ ଧନ 

     ମୋର ହୃଦୟ ଚନ୍ଦନ

ତୁମ ବିନା ଧରା    ନରକ ସମାନ   

     ତୁମେ କୁସୁମ କାନନ 


ଭରି ନିଅ ତୁମ         ବାହୁର ବନ୍ଧନେ

      ଲୋଡ଼ା ନାହିଁ ଚାନ୍ଦ ମୋତେ,

ଭଲପାଉ ଥାଅ      କେବଳ ଜୀବନେ

     ଲୋଡ଼ା ନାହିଁ ଧନ ଯେତେ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance